ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ବଡଦାଣ୍ଡରେ ଲାଗିଲା ତିନିରଥ

0
214
world famous ratha-yatra-will-celebrate-tomorrow

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଲୋକାରଣ୍ୟ ହୋଇଉଠିବ ବଡଦାଣ୍ଡ। ଶ୍ରୀମନ୍ଦିରଠୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଗହଳିରେ ପରିପୂର୍ଣ୍ଣ ହେବ ପଥ । ଦୀର୍ଘ ଦୁଇ ବର୍ଷ ପରେ ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । କରୋନା କଟକଣା ପାଇଁ ଦୁଇ ବର୍ଷ ଧରି ଭକ୍ତମାନଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ବାରଣ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାର ଅନୁମତି ମିଳିଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରଶାସନ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ମଧ୍ୟ ହୋଇଛି ।

ଏଥି ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳ ଆଳତୀ, ସକାଳ ୭ଟାରେ ଅବକାଶ, ସକାଳ ୮ଟାରେ ସକାଳ ଧୂପ, ସକାଳ ୯ଟାରେ ରଥ ପ୍ରତିଷ୍ଠା, ସକାଳ ୯ଟା ୧୫ମିନିଟ୍‌ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହେବ । ସେହିଭଳି ସକାଳ ୯ଟା ୩୦ମିନିଟ୍‌ରେ ପହଣ୍ଡି ଆରମ୍ଭ ହେବା ବେଳେ ଅପରାହ୍ନ ୧୨ଟା ୩୦ମିନିଟ୍‌ରେ ପହଣ୍ଡି ଶେଷ ହେବ । ସେହିଭଳି ଦିନ ୧ଟା ୩୦ମିନିଟ୍‌ରେ ଚିତା ଲାଗି, ଦିନ ୨ଟା ୩୦ମିନିଟ୍‌ରେ ଛେରାପହଁରା ଅନୁଷ୍ଠିତ ହେବ । ଦିନ ୩ଟାରେ ଚାରମାଳ ଫିଟା ଓ ଘୋଡା ଲାଗି ନୀତି ଅନୁଷ୍ଠିତ ହେବ । ଦିନ ୪ଟାରେ ରଥ ଟଣା ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ ।‌ ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଘୋଷ ଯାତ୍ରା ପୂର୍ବରୁ ଆଜି ସିଂହଦ୍ୱାର ଆଗରେ ଲାଗିଛି ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ । ରଥଯାତ୍ରା ପାଇଁ ରଥ ସହ ପଥ ବି ପ୍ରସ୍ତୁତ । କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା । ଧୀରେଧୀରେ ଲୋକାରଣ୍ୟ ହେଲାଣି ଶ୍ରୀକ୍ଷେତ୍ର । ଆଜି ତିନିବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ଆଗକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ। ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ପୋଲିସ ଓ ଶ୍ରଦ୍ଧାଳୁ ୩ ରଥକୁ ସିଂହଦ୍ୱାର ଆଗକୁ ଟାଣି ନେଇଥିଲେ।

Also Read  ଆକାଶଛୁଆଁ ଟମାଟୋ ଦର: ପରିବା ଡାଲାରୁ ଟମାଟୋ ଉଭାନ୍‌: ରାଜଧାନୀରେ ୧୦୦ ଟପିଲା ଦାମ

LEAVE A REPLY

Please enter your comment!
Please enter your name here