ଘୋଷଯାତ୍ରାରେ ଭକ୍ତମୟ ବଡ଼ଦାଣ୍ଡ: ଆରମ୍ଭ ହେଲା ରଥଟଣା, ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବାହାରିଲେ ବଡ଼ ଠାକୁର

0
344
rath-yatra-in puri-pulling-of-chariots-begins

ପୁରୀ: ଛେରାପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥଟଣା ଚାଲିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଆରମ୍ଭ ହେଲା ରଥ ଟଣା। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ଘଣ୍ଟଘଣ୍ଟା, ହୁଳୁହୁଳି ଓ ହରିବୋଲ ଧ୍ବନିରେ କମ୍ପିଉଠୁଛି ବଡ଼ଦାଣ୍ଡ। ପରମ୍ପରା ଅନୁସାରେ, ପ୍ରଥମେ ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା। ଏହି ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି ନୀଳକନ୍ଦରକୁ। ତାପରେ ସୁଭଦ୍ରାଙ୍କ ରଥଟଣା ହେବ। ଏହାପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହେବ। ସୁସଜ୍ଜିତ ଦିବ୍ୟ ୩ ରଥରେ ଜନ୍ମବେଦୀକୁ ବାହାରିଲେ ଶ୍ରୀଜିଉ। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି କାଳିଆ ଠାକୁର।

ଦୀର୍ଘ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ଘୋଷଯାତ୍ରାରେ ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠିଛି। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଉଛନ୍ତି।

Also Read  ଓଡ଼ିଶାର ୧୧ଟି ସ୍ଥାନରେ ରାତ୍ର ତାପମାତ୍ରା ୧୦ ଡିଗ୍ରି ତଳେ : ଫୁଲବାଣୀ ସବୁଠାରୁ ଥଣ୍ଡା ସହର