ଆଜିଠୁ ସାରା ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ; ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଲକ୍ଷେ ଜରିମାନା

0
364
Single-use plastic ban comes into effect from today

ନୂଆଦିଲ୍ଲୀ: ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ କଡା ପଦକ୍ଷେପ । ପ୍ଲାଷ୍ଟିକ ପତାକା, ଷ୍ଟ୍ର, କପ୍, ପ୍ଲେଟ ସମେତ ୧୯ଟି ସାମଗ୍ରୀ ଉପରେ ଲାଗିଲା କଟକଣା । ତିଆରି କିମ୍ବା ବିକ୍ରି କଲେ ୭ ବର୍ଷ ଜେଲ ଦଣ୍ଡ, ଏକ ଲକ୍ଷ ଟଙ୍କାର ଜରିମାନା । ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌ ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି ।

ଏହି ନିଷିଦ୍ଧ ପ୍ଲାଷ୍ଟିକ୍‌ ତାଲିକାରେ ପ୍ଲାଷ୍ଟିକ୍‌ ଚାମଚ, ବେଲୁନ୍‌ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍‌, ଆଇସ୍‌କ୍ରିମ୍‌ ଷ୍ଟିକ୍‌, ପ୍ଲାଷ୍ଟିକ୍‌ ଛୁରି, ମିଠା ପ୍ୟାକ୍‌ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍‌, ଥର୍ମକୁଲ୍‌, ସିଗାରେଟ୍‌ ପ୍ୟାକେଟ୍‌, ପିଭିସି ପାଇପ୍‌, ପ୍ଲାଷ୍ଟିକ୍‌ ଗ୍ଲାସ୍ ଓ କପ୍‌, ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗ ପଲିଥିନ୍‌, ଷ୍ଟ୍ର, ଟ୍ରେ, ପ୍ଲେଟ୍‌ ପ୍ରଭୃତି ରହିଛି । ଏ ସବୁ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସେଣ୍ଟ୍ରାଲ ଟିମ୍‌ସହ ଜୋନ୍‌ଗୁଡ଼ିକ ମଧ୍ୟ ଟିମ୍‌ କରି ଚଢ଼ଉ କରିବେ । ମାସକୁ ଏକ ଟାର୍ଗେଟ୍‌ ଧାର୍ଯ୍ୟ ହେବ। ପ୍ରତିଟି ଅଞ୍ଚଳକୁ ଟାର୍ଗେଟ୍‌ କରାଯାଇ ଏନ୍‌ଫୋର୍ସମେଣ୍ଟ ହେବ ।

ବ୍ୟବସାୟୀଙ୍କ ସହ ଯେଉଁମାନେ ଏଭଳି ପଲିଥିନ୍‌ ସାହାଯ୍ୟରେ ବିଭିନ୍ନ ଜିନିଷ ନେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏଣୁ ବଜାରରୁ ମିଳୁଥିବା ପଲିଥିନ୍‌ ନ ନେଇ ମାର୍କେଟିଂ ବେଳେ ନିଜ ନିଜ ବ୍ୟାଗ୍‌ ବ୍ୟବହାର କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି। ପୂର୍ବରୁ ଏଭଳି କଟକଣା ଜାରି ହୋଇଥିଲା। ହେଲେ କେହି ଶୁଣିନଥିଲେ। ବ୍ୟବସାୟୀ ବିଭିନ୍ନ ଜିନିଷ ବିକ୍ରି କରିବାକୁ ପଲିଥିନ୍‌ ମାଗଣାରେ ଦେଉଥିଲେ। ଲୋକମାନେ ମଧ୍ୟ ସଚେତନ ହେଉନଥିଲେ। ଫଳରେ ଥରେ ବ୍ୟବହାର କରି ଏହି ପଲିଥିନ୍‌କୁ ଫିଙ୍ଗି ଦେବା ପରେ ଭୟଙ୍କର ପରିମଳ ସମସ୍ୟା ସୃଷ୍ଟି ହେଉଥିଲା।

Also Read  US cutting 90 pc of USAID foreign aid contracts