ଶେଷ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି; ତୃପ୍ତ ହେଲେ ସମସ୍ତ ଚଣ୍ଡିଚାମୁଣ୍ଡା, ଅଶରୀରି

0
418
adhrapana-niti of lord Jagannath

ପୁରୀ: ଶେଷ ହେଲା ମହାପ୍ରଭୁଙ୍କର ଅଧରପଣା ନୀତି। ରଥ ଉପରେ ତିନି ଦିଅଁଙ୍କୁ ଭୋଗ ହୋଇଛି ଅଧରପଣା । ଶ୍ରୀଜିଉଙ୍କୁ ପଣା ଲାଗି ହେବାପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ତିନି ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ଭଳି ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା।

ବିଶ୍ୱାସ ରହିଛି ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ। ଆସନ୍ତାକାଲି ନୀଳାଦ୍ରି ବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ନୀଳକନ୍ଦରକୁ ବିଜେ କରିବେ।

Also Read  Odisha CM pays homage to late Pyarimohan Mohapatra at latter's 'Ekadasha' rituals