ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ

0
431

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ସିଙ୍ଗାପୁରରେ ପହଞ୍ଚିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ମହିନ୍ଦା ୟାପାଙ୍କ ନିକଟକୁ ଇମେଲ ଜରିଆରେ ପଠାଇଛନ୍ତି । ଏ ନେଇ ସ୍ପଷ୍ଟ କରିଛନ୍ତି ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ।

ଦୀର୍ଘଦିନ ଧରି ଶ୍ରୀଲଙ୍କା ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ହିଂସ୍ରକ ପରିଣାମ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି, ସରକାରଙ୍କ ଦୂରଦର୍ଶିତା ଅଭାବରୁ ଧ୍ୱସ୍ତ ହୋଇଛି ଦେଶର ଅର୍ଥନୀତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶଛାଡି ପଳାୟନ କରିଥିଲେ । ପ୍ରଥମେ ମାଲଦ୍ୱୀପ ପରେ ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ଗସ୍ତକୁ ନେଇ ବର୍ତ୍ତମାନ ସିଙ୍ଗାପୁର ପକ୍ଷରୁ ଏକ ବଡ ପ୍ରତିକ୍ରିୟା ଦିଆଯାଇଛି। ସିଙ୍ଗାପୁର ଏକ ବିବୃତି ଜାରି କରି କହିଛି ଯେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ବ୍ୟକ୍ତିଗତ ଗସ୍ତରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଏବଂ ତାଙ୍କୁ ସିଙ୍ଗାପୁରରେ ଆଶ୍ରୟ ଦିଆଯାଇନାହିଁ। ଏପଟେ ଦେଶ ଛାଡି ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଯିବା ପରେ ଶ୍ରୀଲଙ୍କାର ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି । ରାଜଧାନୀ କଲମ୍ବୋଠୁ ଆରମ୍ଭ କରି ବିଭିନ୍ନ ପ୍ରାନ୍ତରେ କେବଳ ଆଉ କେବଳ ହିଂସା, ପ୍ରତିବାଦ, ବିକ୍ଷୋଭ ଓ ପୋଡାଜଳା ଜାରି ରହିଛି । ସୁନାର ଲଙ୍କାରେ ଲାଗିଛି ସଙ୍କଟ ଓ ଆକ୍ରୋଶର ନିଆଁ । ଦେଶର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ପ୍ରଧାନମନ୍ତ୍ରୀ ଆବାସ, ରାଷ୍ଟ୍ରପତି ଭବନ, ସଂସଦ ଭବନକୁ କବଜା କରିଛନ୍ତି ।

Also Read  Sri Lanka: Protesters Claim To Recover Large Sum Of Money From Gotabaya's Res