କୋରାପୁଟର ଗୁପ୍ତେଶ୍ବରରୁ କଲରାପତରିଆ ବାଘଛାଲ ଜବତ, ବେପାରୀ ଗିରଫ

0
162

ରାମଗିରି: କୋରାପୁଟ ଜିଲ୍ଲାର ରାମଗିରି ଗୁପ୍ତେଶ୍ବର ଗେଟ୍‌ ନିକଟରୁ ମଙ୍ଗଳବାର କଲରାପତରିଆ ବାଘ ଛାଲ ଜବତ ହୋଇଛି। ବାଘଛାଲ ଜବତ କରିବା ସହ ବେପାରୀକୁ ଗିରଫ କରିଛି ଏସଟିଏଫ୍‌ ଟିମ୍‌। ବେପାରୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନାର ମାଧ ଗୌଡ଼ଙ୍କ ପୁଅ ମାନ ଗୌଡ଼। ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଟିଏଫ୍‌ ରାମଗିରି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରି ଏହି ବାଘଛାଲ ଜବତ କରିଥିବା ସୂଚନା ରହିଛି। ଏସ୍‌ଟିଏଫ୍‌ ଏହି ଚଢ଼ାଉ କରି ବାଘଛାଲ ବ୍ୟତୀତ ଘଟଣାସ୍ଥଳରୁ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ମଧ୍ୟ ଜବତ କରିଛି।

ଅଭିଯୁକ୍ତ ବେପାରୀ ଜଣକ ବାଘଛାଲକୁ ନେଇ ଆବଶ୍ୟକୀୟ ସଫେଇ ଦେଇ ନପାରିବାରୁ ତାଙ୍କୁ ଧରାଯିବା ସହ ରାମଗିରି ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୨୦ ମସିହାରୁ ବନ୍ୟପ୍ରାଣୀ ଅପରାଧୀମାନଙ୍କ ବିରୋଧରେ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ଏବେ ସୁଦ୍ଧା ଏସ୍‌ଟିଏଫ୍‌ ୩୦ଟି ବାଘଛାଲ ଜବତ କରିବା ସହ ୪୩ ଜଣ ଅପରାଧୀଙ୍କୁ ଧରିସାରିଛି।

Also Read  ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ‘ଜୀ ନ୍ୟୁଜ୍’ ଆଙ୍କର୍ ରୋହିତ ରଂଜନ ଗିରଫ

LEAVE A REPLY

Please enter your comment!
Please enter your name here