ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ପରଲୋକ

0
363

ଭୁବନେଶ୍ୱର: ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ଦେହାନ୍ତ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପଟାଲରେ ତାଙ୍କର ପରଲୋକ ହୋଇଛି ।

୨୦୧୯ ମସିହାରୁ କ୍ଯାନସରରେ ପୀଡିତ ଥିବା ସେ ଜାଣିବାକୁ ପାଇଥିଲେ । ମସ୍ତିଷ୍କ ଓ ଫୁସଫୁସ୍ କ୍ଯାନସରରେ ପୀଡିତ ଥିବା ରାଜେଶ୍ୱରୀ ସଂଘର୍ଷ କରି କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ତେବେ ଓଡିଆ ଟେଲି ଜଗତର ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ରାଜେଶ୍ୱରୀ ।

ଧାରାବାହିକ ‘ଉଆଁସୀ କନ୍ୟା’, ‘ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’, ‘ଦେବୀ’, ‘କୁମ୍‌କୁମ୍‌’ ଇତ୍ୟାଦିରେ ରାଜେଶ୍ୱରୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ଧାରାବାହିକ ଉଆଁସି କନ୍ୟାରେ ଅଳକା ଚରିତ୍ରରେ ସେ ଅଭିନୟ କରିଥିଲେ। ଅଳକା ନାଁରେ ଘରେ ଘରେ ପରିଚିତ ଥିଲେ। ଘରଘରେ ଲେଡି ଭିଲିଆନ ଭାବେ ମଧ୍ଯ ପରିଚିତ ଥିଲେ।

Also Read  ଦେଶରେ ସଂକ୍ରମଣ ସହ ପଜିଟିଭ ରେଟ୍‌ ବଢ଼ିଲା