ବଲିଉଡରେ ଡେବ୍ୟୁ କରିବେ ହ୍ରିତିକଙ୍କ କଜିନ୍ ପଶ୍ମିନା ରୋଶନ୍

0
123

ନୂଆଦିଲ୍ଲୀ : ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ଦେବେ ଆଉଜଣେ ନୂଆ କିଡ୍। ପଶ୍ମିନା ରୋଶନ୍, ଯିଏକି ବଡ ପରଦାରେ ଶୀଘ୍ର ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ। ସେ ଏଷ୍ଟିମେଟେଡ୍ ରୟାଲ୍ ଅପେରା ହାଉସରେ ଆଠଥରରୁ ଅଧିକ ହାଉସଫୁଲ୍ ଶୋ’ ପାଇଁ ପରଫର୍ମ କରିସାରିଛନ୍ତି। ପଶ୍ମିନା ୨୧ ବର୍ଷ ବୟସରେ ଓସ୍କାର ୱାଇଲ୍ଡ କମେଡି ଡ୍ରାମା ‘ଇମ୍ପୋର୍ଟେନ୍ସ ଅଫ୍ ବିଙ୍ଗ୍ ଅର୍ନେଷ୍ଟ’ରେ ସେସିଲି କାର୍ଡ୍ୟୁ ଭାବରେ ତାଙ୍କର ଥିଏଟର ଡେବ୍ୟୁ କରିଥିଲେ।

ଏହିପରି ପ୍ଲାଟଫର୍ମରେ ଜଣେ ଅଭିନେତ୍ରୀ ଭାବରେ ପରିଚୟ ସୃଷ୍ଟି କରି ପଶ୍ମିନା ବର୍ତ୍ତମାନ କ୍ଲାସିକ୍ ରୋମାଣ୍ଟିକ୍ ଫିଲ୍ମ ‘ଇଶ୍କ୍ ବିଶ୍କ’ର ବହୁ ପ୍ରତୀକ୍ଷିତ ରିବୁଟ୍ ସହିତ ଶୋବିଜ୍ ରେ ପ୍ରବେଶ କରୁଛନ୍ତି। ପଶ୍ମିନା ‘କଭି ଖୁସି କଭି ଗମ୍’ ଫେମ୍ ରୋହିତ ଜିବ୍ରାନ ଖାନ, ସରାଫ, ଏବଂ ନୈଲା ଗ୍ରୋଆଲଙ୍କ ସହ ସ୍କ୍ରିନ୍ ସେୟାର କରିବେ।

ଏହି ଟିମ୍ ନିକଟରେ ଦେହରାଡୁନରେ ନିଜର ସିଡ୍ୟୁଲ ପୁରା କରିଛି ଏବଂ ସୁଟ୍ ର କିଛି ମଜାଦାର ଝଲକ ମଧ୍ୟ ସେୟାର କରିଛି। ଯାହା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢାଇ ଦେଇଛି। ଏହା ପୂର୍ବରୁ ନିର୍ମାତାମାନେ ଫିଲ୍ମର ମୋସନ ପୋଷ୍ଟର ରିଲିଜ୍ ଘୋଷଣା କରିଥିଲେ ଏବଂ କାଷ୍ଟର ପ୍ରଥମ ଲୁକ୍ ରିଲିଜ୍ କରିଥିଲେ।

Also Read  ରାଧେ ଘରୁ ମିଳିଥିବା ବ୍ୟାଗ ମମିତାଙ୍କର ନୁହେଁ.....

LEAVE A REPLY

Please enter your comment!
Please enter your name here