ଶେଷ ହେଲା ୫ଜି ନିଲାମ, ସର୍ବାଧିକ ସ୍ପେକ୍ଟ୍ରମ୍ ସହ ରିଲାଏନ୍ସ ଜିଓ ଆଗରେ

0
751
5g-Spectrum-auction-ends reliance-jio-emerges-top-bidder

ନୂଆଦିଲ୍ଲୀ : ଶେଷ ହେଲା ୫ ଜି ସେକ୍ଟ୍ରମ ନିଲାମ୍ । ୭ ଦିନ ଯାଏଁ ନିଲାମ ଚାଲିବା ପରେ ଶେଷ ହୋଇଛି ଏହି ପ୍ରକ୍ରିୟା । ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଗତ କାଲି ଶେଷ ହୋଇଛି। ସରକାର ୭୧% ୫ଜି ସ୍ପେକ୍ଟ୍ରମ ବିକ୍ରି କରିଛନ୍ତି। ୫ଜି ନିଲାମ ପ୍ରକ୍ରିୟାରେ ସର୍ବଶ୍ରେଷ୍ଠ ବିଡ଼ର ପାଲଟିଛି ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ। ଜିଓ ଏବଂ ଏୟାରଟେଲ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ସ୍ପେକ୍ଟ୍ରମ ନିଲାମରୁ ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି , ଯାହାକି ୪ଜି ତୁଳନାରେ ଦୁଇଗୁଣା ଅଧିକ ।

ବ୍ଳକରେ ରଖାଯାଇଥିବା ୭୨.୦୯୮ ଗିଗାହର୍ଜ ଏୟାର୍‌ଓ୍ବେଭ୍ ମଧ୍ୟରୁ ୪ ବିଡର ୫୧.୨୩୬ ଗିଗାହର୍ଜ ଏୟାର୍‌ ୱେଭ୍ କିଣିଛନ୍ତି। ଏହା ସମଗ୍ର ଦେଶରେ ୫ଜି ସେବା ପହଞ୍ଚାଇବା ପାଇଁ ଯଥେଷ୍ଟ ବୋଲି କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକାଶ କରିଛନ୍ତି। ଅକ୍ଟୋବରରେ ଦେଶରେ ୫ଜି ସେବା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ନିଲାମରୁ ମୋଟ ୧,୫୦,୧୭୩ କୋଟି ଟଙ୍କା ସଂଗ୍ରହ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ନିଲାମ ଶେଷ ହେବା ପରେ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଟେଲିକମ୍ କମ୍ପାନି ଗୁଡ଼ିକ ଦ୍ଵାରା କିଣାଯାଇଥିବା ସ୍ପେକ୍ଟ୍ରମରେ ସମଗ୍ର ଦେଶକୁ ୫ଜି କଭରେଜ ମିଳିବ। ୨ରୁ ୩ ବର୍ଷରେ ଦେଶରେ ୫ଜି ସେବା ସବୁଆଡେ ପହଞ୍ଚିଯାଇଥିବ। ଆଶାନୁରୂପ ରିଲାଏନ୍ସ ଜିଓ ସର୍ବାଧିକ ମୂଲ୍ୟର ସ୍ପେକ୍ଟ୍ରମ ହାସଲ କରିଛି । ଏହା ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୨୪,୭୪୦ ଗିଗାହର୍ଜ ସ୍ପେକ୍ଟ୍ରମ ଉଠାଇଛି। ନିଲାମରେ ଏହା ମୋଟ ୮୮,୦୭୮ କୋଟି ଟଙ୍କା ବ୍ୟୟ କରିଛି। ୭୦୦ ମେଗାହର୍ଜ, ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ଗିଗାହର୍ଜ ବ୍ୟାଣ୍ଡରେ ସ୍ପେକ୍ଟ୍ରମ କିଣି ଏହା ୨୨ଟି ଯାକ ସର୍କଲରେ ଆଗୁଆ ରହିଛି।

ଦେଶର ଦ୍ଵିତୀୟ ବୃହତ୍ ଟେଲିକମ୍ କମ୍ପାନି ଭାରତୀ ଏୟାରଟେଲ ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୧୯,୮୬୭ ଗିଗାହର୍ଜ ସ୍ପେକ୍ଟ୍ରମ ହାତେଇଛି । ଏହା ନିଲାମରେ ମୋଟ ୪୩,୦୮୪ କୋଟି ଟଙ୍କା ବ୍ୟୟ କରିଛି ।

ସେହିଭଳି ଭୋଡ଼ାଫୋନ ଆଇଡିଆ ୧୮,୭୯୯ କୋଟି ଟଙ୍କା ମୂଲ୍ୟର ୬.୨୨୮ ଗିଗାହର୍ଜ ଏୟାରୱେଭ୍ କିଣିଛି। କମ୍ପାନି ୧୮୦୦ ମେଗାହର୍ଜ, ୨୧୦୦ ମେଗାହର୍ଜ,୨୫୦୦ ମେଗାହର୍ଜ, ୩୩୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡରେ ସେକ୍ରମ
କିଣିଛି।

Also Read  Total Covid Positive cases in Odisha cross 10 lakh-mark

କମ୍ପାନି ଆଦାନି ଡାଟା ନେଟୱର୍କସ ୨୧୨ କୋଟି ଟଙ୍କାରେ ୨୬ ଗିଗାହର୍ଜ ବ୍ୟାଣ୍ଡରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମ ଉଠାଇଥିବା ଜଣାପଡ଼ିଛି।