ରାୟଗଡ଼ାର ଗୋଟିଏ ବିଦ୍ୟାଳୟରୁ ଏକାଥରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ

0
447

ରାୟଗଡ଼ା: ରାୟଗଡ଼ାର ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ଚନ୍ଦ୍ରପୁର ବ୍ଲକର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୧ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଏହି ସ୍କୁଲରେ ମୋଟ ୩୪୦ ଛାତ୍ରୀ ପାଠପଢ଼ନ୍ତି।

ଏଠାରେ ଗତ ବୁଧବାର ୧୨ ଜଣ ଓ ଆଜି ୨୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ସମସ୍ତ ଛାତ୍ରୀମାନଙ୍କୁ ସ୍କୁଲ ପରିସର ଏକ ହଲ୍‌ରେ କରାଯାଇଥିବା ସଂଗରୋଧ ଶିବିରରେ ରଖାଯାଇଛି। ପଜିଟିଭ ଚିହ୍ନଟ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସ୍କୁଲର କିଛି ପିଲାଙ୍କ ଥଣ୍ଡା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେମାନଙ୍କ କରୋନା ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସ୍କୁଲର ଅନ୍ୟ ଛାତ୍ରୀମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯାହା ଭିତରୁ ୪୧ ଜଣଙ୍କ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଛି।

Also Read  Contraband Worth Rs 50 Lakhs Found: Two Arrested