ପୁଲିସ-ନକ୍ସଲ ଗୁଳିବିନିମୟ: ଖସି ପଳାଇଲେ କ୍ୟାଡର ମାଓବାଦୀ, ୩ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

0
297

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ନକ୍ସଲ କ୍ୟାମ୍ପ ଉପରେ ବିଜାପୁର ପୁଲିସ ଚଢଉ କରିଥିଲା। ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ତେବେ ନକ୍ସଲ ପୁଲିସର ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଇନସାସ, ଗୋଟିଏ ଏସଏଲଆର, ଗୋଟିଏ ୩୦୩ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି।

ତେବେ ପ୍ରାୟ ୭୨ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଚାଲିଥିବା ଏସପି ଆଞ୍ଜନେୟ ବିଷ୍ଣୋୟ ପ୍ରକାଶ କରିଛନ୍ତି। ଜଂଗଲରେ ସର୍ଚ୍ଚ ଅପରେସନ ବେଳେ ଜଣେ ଆହତ ନକ୍ସଲ ଚିକିତ୍ସିତ ହେଉଥିବା ବେଳେ ଗିରଫ ହୋଇଛି। ବର୍ଷା ଲଗାତାର ଲାଗି ରହିଥିବାରୁ ସର୍ଚ୍ଚ ଅପରେସନରେ ଅସୁବିଧା ହେଉଥିବା ଏସପି କହିଛନ୍ତି। କିନ୍ତୁ ସୁରକ୍ଷାବାହିନୀର ଯବାନମାନେ ନିଜର ଅଭିଯାନରେ ଲାଗି ରହିଛନ୍ତି।

Also Read  ଦ୍ୱିତୀୟ ଟି-୨୦ରେ ହାରିଲା ଟିମ୍ ଇଣ୍ଡିଆ; ୫ ଟିକିଆ ସିରିଜ ୧-୧ରେ ବରାବର କଲା ୱେଷ୍ଟଇଣ୍ଡିଜ୍