ଗୁଜୁରାଟର ଆନନ୍ଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

0
346
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ଆନନ୍ଦ: ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆନନ୍ଦରେ କାର, ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀ ଏବଂ ଅଟୋରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାରର ଡ୍ରାଇଭରଙ୍କୁ ଆହତ ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆନନ୍ଦ ଏଏସପି ଅଭିଷେକ ଗୁପ୍ତା କହିଛନ୍ତି ଯେ ଏହି ମାମଲାରେ କଂଗ୍ରେସ ବିଧାୟକ କେତନ ପଢିୟାରଙ୍କ ଜ୍ବାଇଁକୁ ଅଭିଯୁକ୍ତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣା ଆନନ୍ଦ ଜିଲ୍ଲାର ସୋଜିତ୍ରା ତହସିଲର ଡାଲି ଗ୍ରାମ ନିକଟରେ ଘଟିଥିଲା । ସେ କହିଛନ୍ତି ଯେ, କାର ମାଲିକଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ପଚରାଉଚରା ପରେ ଦୁର୍ଘଟଣା ସମ୍ପର୍କରେ ଅଧିକ ସୂଚନା ଜଣାପଡିବ। ଘଟଣାର ତଦନ୍ତ ଜାରି ରହିଛି।”

Also Read  କୁଆଡେ ଗଲା ବାଘୁଣୀ, ମାସେ ହେଲା ମିଳୁନି ଖୋଜଖବର