ସେଲ୍ପି ନେବା ପଡିଲା ମହଙ୍ଗା : ସମୁଦ୍ରରେ ବୁଡି ଯାଉଥିବା ଯୁବକକୁ ଉଦ୍ଧାର କଲେ ପର୍ଯ୍ୟଟକ

0
352

ଭୋଗରାଇ : ପଶ୍ଚିମ ବଙ୍ଗ ର ଦିଘା ସମୁଦ୍ର ଢେଉରେ ଗାଧୋଇବା ସମୟରେ ସେଲ୍ଫି ନେବା ମହାଙ୍ଗା ପଡିଲା। ସମୁଦ୍ରରେ ବୁଡି ଯାଉଥିବା ବେଳେ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ହେଲେ ଶୁଭପ୍ରସାଦ ମଣ୍ଡଳ ସୂଚନା ଅନୁସାରେ ବଙ୍ଗୋପ ସାଗରରେ ଲଘୁଚାପ ଚାପ ଯୋଗୁ ବହୁ ଉଚ୍ଚରେ ଜୁଆାର ଉଠିଥିଲା। ପର୍ଯ୍ୟଟକ ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ପ୍ରଶାସନ ମନା କରି ଥିଲା। ମାତ୍ର ଏହି ସମୟରେ ଜଣେ ଯୁବକ ସମୁଦ୍ରର ଢେଉରେ ସେଲ୍ଫି ନେବା ସମୟରେ ସମୁଦ୍ରରେ ପଡ଼ିଯାଇଥିଲେ। ପୋଲିସ ଓ ପ୍ରତିରକ୍ଷା ବାହିନୀ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ଦିଗା ଷ୍ଟେଟ ଜେନେରାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଯୁବକ ଜଣକ ଚିକିତ୍ସିତ ହେଉଛନ୍ତି। ପଶ୍ଚିମ ମେଦିନୀପୁରର ଘାଟାଲରୁ ୧୦ ଜଣ ସାଙ୍ଗମାନଙ୍କ ସହିତ ଶୁଭପ୍ରସାଦ ମଣ୍ଡଳ ଦିଘା ବୁଲିବା ପାଇଁ ଆସି ଥିଲେ ।

Also Read  ବଜେଟ-୨୦୨୨: କ’ଣ ହେବ ଶସ୍ତା, କ’ଣ ମହଙ୍ଗା