ବାହୁବଳୀ ନେତା ଆନନ୍ଦ ମୋହନ ଙ୍କ ପରିବାର ହତ୍ୟାର ଶିକାର ହେଇଥିବା ଆଇଏଏସ୍ ଅଧିକାରୀ ଙ୍କ ପତ୍ନୀ ଙ୍କୁ ଭେଟିବାକୁ ଚାହୁଁଛନ୍ତି

0
707
ବାହୁବଳୀ ନେତା ଆନନ୍ଦ ମୋହନ ଙ୍କ ପରିବାର ହତ୍ୟାର ଶିକାର ହେଇଥିବା ଆଇଏଏସ୍ ଅଧିକାରୀ ଙ୍କ ପତ୍ନୀ ଙ୍କୁ ଭେଟିବାକୁ ଚାହୁଁଛନ୍ତି
ବାହୁବଳୀ ନେତା ଆନନ୍ଦ ମୋହନ ଙ୍କ ପରିବାର ହତ୍ୟାର ଶିକାର ହେଇଥିବା ଆଇଏଏସ୍ ଅଧିକାରୀ ଙ୍କ ପତ୍ନୀ ଙ୍କୁ ଭେଟିବାକୁ ଚାହୁଁଛନ୍ତି

ପାଟନା: ଏପ୍ରିଲ ୨୬ ତାରିଖ: ୧୯୯୪ ମସିହାରେ ବିହାରରେ ଆଇଏଏସ୍ ଅଧିକାରୀ ଜି କୃଷ୍ଣାୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଗ୍ୟାଙ୍ଗଷ୍ଟର-ରାଜନେତା ଆନନ୍ଦ ମୋହନ ସିଂଙ୍କ ମୁକ୍ତି ଆଦେଶକୁ ନେଇ ଜନସାଧାରଣଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ବାହୁବଳୀ ନେତାଙ୍କ ପୁଅ ଜି କୃଷ୍ଣାୟାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ସୋମବାର ଦିନ ବିହାର ସରକାରଙ୍କ ଆଇନ ବିଭାଗ ଆନନ୍ଦ ମୋହନ ସିଂଙ୍କ ସମେତ ୨୭ ଜଣ କଏଦୀଙ୍କୁ ମୁକ୍ତ କରିବା ପାଇଁ ବିଜ୍ଞପ୍ତି ଜାରି କରିଥିଲା I

ବାହୁବଳୀ ନେତା ଆନନ୍ଦ ମୋହନ ତତ୍କାଳୀନ ଗୋପାଳଗଞ୍ଜ ଡିଏମ କୃଷ୍ଣାୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ୨୦୦୭ ମସିହାରୁ ସେ ଜେଲରେ ଥିଲେ। ଅଭିଯୋଗ ଅନୁସାରେ, ଗୃହ ବିଭାଗ ବିହାର କାରାଗାର ମାନୁଆଲ ୨୦୧୨ ପରିବର୍ତନ କରି ଆନନ୍ଦ ମୋହନ ଙ୍କୁ ଖସାଇ ଦେଇଛନ୍ତି I
ଆନନ୍ଦ ମୋହନ କିଛି ଲୋକଙ୍କୁ ନେଇ କୃଷ୍ଣାୟା ଙ୍କୁ ତାଙ୍କ କାରରୁ ଟାଣି ଆଣି ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ I
ଆରଜେଡି ବିଧାୟକ ତଥା ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ କହିଛନ୍ତି: “ମୁଁ ହାଇଦ୍ରାବାଦ ଯାଇ ଜି କୃଷ୍ଣଙ୍କ ପତ୍ନୀ ଏବଂ ଝିଅମାନଙ୍କୁ ଭେଟି ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଚାହୁଁଛି। ପରିବାର ପ୍ରତି ଆମର ବହୁତ ସହାନୁଭୂତି ଅଛି। ଯଦି ସେମାନେ ଆମକୁ ଭେଟିବାକୁ ରାଜି ହୁଅନ୍ତି, ତେବେ ଆମର ସମଗ୍ର ପରିବାର ହାଇଦ୍ରାବାଦ ଯିବୁ । ଆମେ ହାଇଦ୍ରାବାଦରେ ଥିବା ଆମ ଲୋକଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଜି ଉମା କୃଷ୍ଣୟା (ଜି କୃଷ୍ଣଙ୍କ ପତ୍ନୀ) ଙ୍କ ଘରକୁ ଯିବାକୁ କହିଛୁ। ଯଦି ସେ ରାଜି ହୁଅନ୍ତି, ତେବେ ଆମର ସମସ୍ତ ପରିବାର ସେଠାକୁ ଯାଇ ତାଙ୍କୁ ଏବଂ ତାଙ୍କର ଝିଅ ମାନଙ୍କୁ ସାନ୍ତ୍ୱନା ଦେବେ I ”

ଚେତନ ଆନନ୍ଦ କହିଛନ୍ତି, “ସୁପ୍ରିମକୋର୍ଟ ମୋ ବାପାଙ୍କୁ ଜି କୃଷ୍ଣାୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ, ଯଦିଓ ସେ ଦୋଷୀ ନୁହଁନ୍ତି। ତାଙ୍କ ହତ୍ୟା ପାଇଁ ଅନ୍ୟ ବ୍ୟକ୍ତି ଦାୟୀ।”
ମଙ୍ଗଳବାର ଦିନ ଉମା କୃଷ୍ଣୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଏବଂ ଦଲିତ ଆଇଏଏସ୍ ଅଧିକାରୀଙ୍କ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଆନନ୍ଦ ମୋହନ ସିଂଙ୍କ ମୁକ୍ତିକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

ଉମା କୃଷ୍ଣାୟା କହିଛନ୍ତି ଯେ ମୋଦୀ ଏଥିରେ ହସ୍ତକ୍ଷେପ କରିବା ଉଚିତ ଏବଂ ନୀତୀଶ କୁମାରଙ୍କୁ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ, ନଚେତ ଏହା ଏକ ଖରାପ ଉଦାହରଣ ସୃଷ୍ଟି କରିବ ଏବଂ ସମଗ୍ର ସମାଜ ପାଇଁ ଗୁରୁତର ପ୍ରଭାବ ପକାଇବ।

Also Read  District Police red-handedly arrest 7 members of an inter-state dacoit gang in Sambalpur, Odisha

ସେ କହିଛନ୍ତି ଯେ ମୋର ସ୍ୱାମୀ ଜଣେ ଆଇଏଏସ୍ ଅଧିକାରୀ ଥିଲେ ଏବଂ ନ୍ୟାୟ ପାଇବା ନିଶ୍ଚିତ କରିବା କେନ୍ଦ୍ରର ଦାୟିତ୍ୱ ଅଟେ।

ଏଥିସହ ନୀତୀଶ କୁମାର ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ରାଜପୁତ ଭୋଟ୍ ପାଇଁ ମୁକ୍ତ କରୁଛନ୍ତି ବୋଲି ସେ କହିଛନ୍ତି I
ସ୍ୱାମୀ ହରାଇବାର କିଛି ଦିନ ପରେ ହାଇଦ୍ରାବାଦ ଯାଇଥିବା ଉମା କୃଷ୍ଣାୟା କହିଛନ୍ତି ଯେ ଆନନ୍ଦ ମୋହନ ସିଂଙ୍କ ପରି ଜଣେ ଅପରାଧୀ ରାଜପୁତ ସମ୍ପ୍ରଦାୟ ପାଇଁ କଣ ଭଲକରିବ ସେ ନେଇ ରାଜପୁତ ସମ୍ପ୍ରଦାୟ ଚିନ୍ତାକରିବା ଉଚିତ I
ଉମା କୃଷ୍ଣାୟା ଏହା ମଧ୍ୟ କହିଛନ୍ତି ଯେ ଆନନ୍ଦ ମୋହନଙ୍କୁ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ଦିଆଯିବା ପରେ ସେ ଖୁସି ନଥିଲେ।