ଟାଇମ୍‍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୫: ୫ମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

0
1482
KIIT Ranks 5th in India in Times Higher Education Impact Global Rankings 2025
KIIT Ranks 5th in India in Times Higher Education Impact Global Rankings 2025

ଭୁବନେଶ୍ୱର: ଜୁନ ୨୩ ତାରିଖ:  ଟାଇମ୍‍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ କଣ ଅଛି ତାର ମୂଲ୍ୟାଙ୍କନ କରି ରାଙ୍କ ପ୍ରଦାନ କରିଥାଏ। ଏହି ପରିପ୍ରେକ୍ଷୀରେ ବିଶ୍ୱର ଯେଉଁ ବିଶ୍ୱବିଦ୍ୟାଳୟଗୁଡିକ ସାମାଜିକ ପ୍ରଭାବ ଉପରେ କାର୍ଯ୍ୟ କରନ୍ତି ସେହି ଅନୁଷ୍ଠାନଗୁଡିକ ଏଥିରେ ଅଂଶଗ୍ରହଣ କରନ୍ତି। କିଟ୍ ଏହି ରାଙ୍କିଙ୍ଗରେ ପ୍ରତିବର୍ଷ ଅଂଶଗ୍ରହଣ କରିଥାଏ । ଏଥିରେ ଉନ୍ନତ ପ୍ରଦର୍ଶନ କରି ପ୍ରତିବର୍ଷ କିଟ୍‌ର ସ୍ଥାନ ଉପରକୁ ଉଠିଥାଏ।

ଚଳିତବର୍ଷ ମଧ୍ୟ କିଟ୍ ଟାଇମ୍‍ସ ହାୟର ଏଜୁକେସନ ଇମ୍ପାକ୍ଟ ଗ୍ଲୋବାଲ ରାଙ୍କିଙ୍ଗ ୨୦୨୫ରେ କିଟ୍ ବହୁତ ଭଲ ପ୍ରଦର୍ଶନ କରିଛି । ୩ ଟି ମାନଦଣ୍ଡ ଆଧାରରେ ଚଳିତ ବର୍ଷ କିଟ୍ ବେଶ ପ୍ରଭାବୀ ରାଙ୍କ ହାସଲ କରିଛି। ଅସମାନତା ହ୍ରାସ (ଏସ୍‍ଡିଜି-୧୦) ଓ ଶାନ୍ତିନ୍ୟାୟ ଏବଂ ସଶକ୍ତ ପ୍ରତିଷ୍ଠାନ (ଏସ୍‍ଡିଜି-୧୬)ସୁଲଭ ଓ ସ୍ୱଚ୍ଛ ଉର୍ଜା (ଏସ୍‍ଡିଜି-୭)ରେ ଦେଶର ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଗୁଣାତ୍ମକ ଶିକ୍ଷା (ଏସ୍‍ଡିଜି-୪)ରେ ଭାରତରେ କିଟ୍ ୩ୟ ସ୍ଥାନରେ ରହିଛି।

ଇମ୍ପାକ୍ଟ ରାଙ୍କିଙ୍ଗରେ ସାମଗ୍ରିକ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ସମସ୍ତ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୫ମ ସ୍ଥାନରେ ରହିଛି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି)କୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନ ଉପରେ ମୂଲ୍ୟାଙ୍କନ ଆଧାରରେ ଚଳିତବର୍ଷ ବିଶ୍ୱର ୧୩୦ଟି ଦେଶର ପ୍ରାୟ ୨୪ଶହରୁ ଅଧିକ ଖ୍ୟାତି ସଂପନ୍ନ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ କିଟ୍ ବିଶ୍ୱରେ ୧୦୧ କୋହର୍ଟ ମଧ୍ୟରେ ରହିଛି ।

Also Read  Paddy Procurement to Begin From November 20