ମାଛ ଧରିବାକୁ ଯାଇ ମହାନଦୀରେ ବୁଡି ଯୁବକ ମୃତ

0
424
drowning-case in Mahanadi another-body-was-found

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମହାନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ନାଚନିପଦର ଗାଁର ରବି ନାଏକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ନାଚନିପଦର ଗାଁର ରବି ନାଏକ ମାଛ ଧରିବାକୁ ମହାନଦୀ ଯାଇଥିଲେ। ମାଛ ଧରିବା ବେଳେ ମହାନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି।

Also Read  ଆମେରିକାରେ ମଙ୍କିପକ୍ସ ଆତଙ୍କ: ୬ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ଜନସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳୀନ ପରିସ୍ଥିତି ଘୋଷଣା