ଦୀର୍ଘ ଦୁଇ ବର୍ଷ ପରେ ଭାରତରେ ଆଜିଠୁ ପୁଣି ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

0
363
Temporary Suspension of Civil Flight Operations at Select Airports and Air Routes
Temporary Suspension of Civil Flight Operations at Select Airports and Air Routes

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଆଜିଠୁ ହଟିଛି । ଆଜିଠୁ ଦେଶରୁ ଉଡିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ। କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି। ଦେଶର ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ବିମାନ ସେବା ଏ ବାବଦରେ ପ୍ରସ୍ତୁତି ଶେଷ କରିଛନ୍ତି। ତେବେ ଜୁଲାଇ ୨୦୨୦ଠାରୁ ଏୟାର ବବଲ ବ୍ୟବସ୍ଥା ଅନୁସାରେ ଭାରତ ଓ ୩୭ଟି ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନସେବାର ସଞ୍ଚାଳନ ହେଉଛି ।

ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ପରେ ୨୦୨୦ମସିହା ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇଥିଲା। କିନ୍ତୁ ଏବେ ଦେଶରେ ବ୍ୟାପକ କରୋନା ଟିକାକରଣ ଓ ପଜିଟିଭ ହାର କମିବା ପରେ ସରକାର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି।

ତେବେ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି ଡିଜିସିଏ । ନୂଆ ଗାଇଡଲାଇନ ଅନୁସାରେ ଅନ୍ତର୍ଜାତୀୟ କମର୍ସିଆଲ ବିମାନରେ ୩ଟି ସିଟ୍ ଖାଲି ରଖିବା କଟକଣା ହଟିବ । କରୋନା କମିଥିବାରୁ ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ଏଣିକି ପିପିଇ କିଟ୍ ପିନ୍ଧିବାକୁ ପଡିବ ନାହିଁ । ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ବିମାନ ବନ୍ଦରରେ ଓ ବିମାନରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Also Read  Capital blackout: Delhi goes dark in emergency preparedness drill