ଦେଶରେ ଆହୁରି ବଢିବ ଖାଇବା ତେଲ ଦର

0
185
again cooking-oil-prices-will rise-in-india

ନୂଆଦିଲ୍ଲୀ: ପାମ ଅଏଲର ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇବା ପରେ ଦେଶରେ ଆହୁରି ବଢିପାରେ ଖାଇବା ତେଲ ଦର । ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇଛି । ନିଜ ଦେଶରେ ଖାଇବା ତେଲର ଚାହିଦା ବଢାଇବା ଲକ୍ଷ୍ୟରେ ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢିଛି । ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ବିଶ୍ବରେ ପାମ ଅଏଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରୁଥିଲା । କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା । ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି ।

Also Read  ଅଶାନ୍ତ ରାଜଧାନୀ, ଭୁବନେଶ୍ୱର ଜଗନ୍ନାଥ ନଗରରେ ବୋମା ମାଡ଼

LEAVE A REPLY

Please enter your comment!
Please enter your name here