ବ୍ରଜରାଜନଗରର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି

0
468
alaka-mohanty-take-oath-as-mla-of-brajarajnagar

ଭୁବନେଶ୍ୱର: ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭାରେ ବାଚସ୍ପତିଙ୍କ ଚାମ୍ବରରେ ଏହି ଶପଥ ନେଇଛନ୍ତି। ଅପରାହ୍ନରେ ବ୍ରଜରାଜନଗର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତିଙ୍କୁ ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ନିକଟରେ ବ୍ରଜରାଜନଗର ଉପନିର୍ବାଚନ ହୋଇଥିଲା। ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ୬୬ ହଜାର ୧୨୨ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେ ସମୁଦାୟ ମୋଟ୍‌ ୯୩ ହଜାର ୯୫୩ ଭୋଟ୍‌ ପାଇଥିଲେ। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଓ ତୃତୀୟରେ ରାଧାରାଣୀ ପଣ୍ଡା ୨୭ହଜାର ୮୩୧ ଭୋଟ୍‌ । ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୬୩୦ ଭୋଟ୍‌ ମିଳିଛି ।

ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି ବ୍ରଜରାଜନଗର ବାସୀଙ୍କର ଥିବା ଭଲପାଇବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଅକୁଣ୍ଠ ଭଲପାଇବା ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିଲେ ବ୍ରଜରାଜନଗରବାସୀ।

Also Read  Admissions to Koraput medical college to begin soon this year