ନୂପୁରଙ୍କ ବିରୋଧୀ ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର

0
716
All cases against Nupur transferred to Delhi

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଏକ ଟିଭି ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ଅଭିଯୋଗ ପତ୍ର (ଏଫଆଇଆର) ଦାୟର ହୋଇଥିବା ବେ​ଳେ ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ବୁଧବାର ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସବୁ ମାମଲାକୁ ଏକତ୍ର କରି ତାହାର ତଦନ୍ତ ଦିଲ୍ଲୀ ପୁଲିସ କରିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସେହିପରି ତଦନ୍ତ ଶେଷ ନ ହେବା ଯାଏ ନୂପୁରଙ୍କୁ ଗିରଫ କରାନଯିବା ନେଇ ଥିବା ଆଦେଶ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ନିର୍ଦେଶରେ ଦର୍ଶାଇଛନ୍ତି ନୂପୁର ଶର୍ମାଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନୂପୁର ବିଭିନ୍ନ ରାଜ୍ୟକୁ ଯାଇ ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର କରାଯାଇ ଏକତ୍ର ଭାବେ ଦିଲ୍ଲୀ ପୁଲିସ ଦ୍ବାରା ତଦନ୍ତ କରାଯିବା ଯୁକ୍ତିଯୁକ୍ତ ହେବ।

Also Read  କହୁ କହୁ ଅଟକି ଗଲେ ମୋଦି : ରାହୁଲ କହିଲେ- ଆଉ ମିଛ ସମ୍ଭାଳି ପାରୁନି ଟେଲିପ୍ରମ୍ପଣ୍ଟର