ଯୁବକର ବିଭତ୍ସ ହତ୍ୟାକାଣ୍ଡ; ଶିଶୁକନ୍ୟାର ଗଳା କାଟି ହତ୍ୟା କରିବା ପରେ କଟା ମୁଣ୍ଡକୁ ଦାଣ୍ଡରେ ଧରି ବୁଲିଲା ଦୁର୍ବୃତ୍ତ

0
380
allegedly-beheads-8-year-old-child-in-kuchinda

କୁଚିଣ୍ଡା: ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଜଣେ ଆଠ ବର୍ଷର ଶିଶୁ କନ୍ୟାକୁ ବିଭତ୍ସ ଭାବେ ହତ୍ୟା। ହତ୍ୟା କରିବା ପରେ କଟା ମୁଣ୍ଡକୁ ଦାଣ୍ଡରେ ଧରି ବୁଲିଲା ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ । ମୃତ ଶିଶୁକନ୍ୟା ଜଣଙ୍କ ହେଲେ ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ। ପୁଲିସ ଅଭିଯୁକ୍ତ ଯୁବକ ପ୍ରଶାନ୍ତ ବଗାରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, କସଡ଼ା ଗାଁର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗାଁର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରିଛି । ଆଠ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିଥିଲା ପ୍ରଶାନ୍ତ । ଏହା ସହ ଏକ ନଳକୂଅ ନିକଟରେ ଶିଶୁକନ୍ୟାର ମୃତ ଦେହ ପକାଇ ଦେଇଥିଲା l ପ୍ରଜାଲିନର ପରିବାର ଲୋକ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ କାବୁ କରି ତଦନ୍ତ ଆରମ୍ଭ କରିଛି l

Also Read  Bhubaneswar gears up for Foundation Day celebrations