ବର୍ଷା-ଅନୁଭବ ବିବାଦ: ସାଇବର ଥାନାରେ ଅନୁଭବଙ୍କ ନାଁରେ ଏତେଲା ଦେଲେ ବର୍ଷା ପ୍ରିୟଦର୍ଶିନୀ

0
294
another-video-of-anubhav-against-varsha-became-viral-in-social-media

ଦିନକୁ ଦିନ ବଢିବାରେ ଲାଗିଛି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ । ବର୍ଷା ଆଜି ସାଇବର ଥାନାରେ ଅନୁଭବଙ୍କ ବିରୋଧରେ ଏତଲା ଦେଇଛନ୍ତି । ଏଥିରେ କହିଛନ୍ତି ସୋସିଆଲ ମିଡିଆରେ ଭିଡିଓ ଅପଲୋଡ କରି ତାଙ୍କ ଉପରେ ବିଭ୍ରାନ୍ତକାରୀ ଏବଂ ଅସମ୍ନାନଜନକ ଟିପ୍ପଣୀ ଦେଉଛନ୍ତି । ତେଣୁ ଏହାକୁ ଏକ ସାଇବର ଅପରାଧ ଭାବେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଆବେଦନ କରିଛନ୍ତି ।

ବର୍ଷା ତାଙ୍କ ଏଫଆଇଆରରେ ଅନୁଭବ ମହାନ୍ତି ରିଅଲ ହିରୋ ଅଫ କେନ୍ଦ୍ରାପଡା ନାଁରେ ତିଆରି ହୋଇଥିବା ଫେସବୁକ ପୋଷ୍ଟ କଥା ଉଲ୍ଲେଖ କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ବର୍ଷା ଫ୍ୟାନ୍ସ କ୍ଲବ ନାଁରେ ଏକାଧିକ ପୋଷ୍ଟ । ଯାହାକୁ ବର୍ଷା ନିଜେ ପରିଚାଳନା କରୁଥିବା ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ।

Also Read  Finance Minister Amat asks banks to open up branches at Gram Panchayats

LEAVE A REPLY

Please enter your comment!
Please enter your name here