‘ପୂରା ଦେଶକୁ କ୍ଷମା ମାଗନ୍ତୁ ନୁପୂର ଶର୍ମା’: ସୁପ୍ରିମକୋର୍ଟ ଦେଲେ କଡା ନିର୍ଦ୍ଦେଶ

0
366
All cases against Nupur transferred to Delhi

ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡା ଭର୍ତ୍ସନା । ସୁପ୍ରିମକୋର୍ଟ କହିଛନ୍ତି ନୂପୁର ଶର୍ମା ଟିଭି ସାମ୍ନାକୁ ଆସି ସମଗ୍ର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଏଥିସହ ଉଦୟପୁର ଘଟଣା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଦାୟୀ କରିଛନ୍ତି । ଉଦୟପୁର ହତ୍ୟା ଘଟଣା ହେଉ ବା ଆଜି ଦେଶରେ ସୃଷ୍ଟି ହୋଇଥିବା ଦଙ୍ଗା ପରିସ୍ଥିତି ହେଉ ସବୁପାଇଁ କେବଳ ନୂପୁର ଶର୍ମା ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ଏଥିପାଇଁ ନୂପୁର ଶର୍ମା ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଉଦୟପୁରରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ପାଇଁ ନୂପୁର ଶର୍ମା ଦାୟୀ। ଶର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ହାଇକୋର୍ଟ ନିକଟକୁ ଯିବାକୁ କହିଥିଲେ। ଏହା ପରେ ନୂପୁର ଶର୍ମା ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କରିନେଇଥିଲେ ।

ଏକ ଟିଭି ବିତର୍କ ସମୟରେ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ତାଙ୍କ ବିରୋଧରେ ଦେଶର ଅନେକ ରାଜ୍ୟରେ ପ୍ରାୟ ଏକ ଡଜନେରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିଲା ।

ନୂପୁର ଶର୍ମାଙ୍କ ତରଫରୁ ହାଜର ହୋଇଥିବା ଓକିଲ ମନିନ୍ଦର ସିଂହ କହିଥିଲେ ଯେ ତାଙ୍କ ମହକିଲ ମହମ୍ମଦଙ୍କ ଉପରେ ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ନୂପୁର ଟିଭି ମାଧ୍ୟମରେ ସମଗ୍ର ଦେଶକୁ କ୍ଷମା ମାଗିବା ଉଚିତ୍।

ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ଓକିଲଙ୍କୁ କହିଥିଲେ, “ସେ ବହୁତ ବିଳମ୍ବ କରିଦେଲେ ଏବଂ ସର୍ତ୍ତମୂଳକ ଭାବେ ତାଙ୍କ ମନ୍ତବ୍ୟ ଫେରାଇ ନେଇଥିଲେ।

ନୂପୁରଙ୍କ ଅହଂକାର ମନୋଭାବକୁ ମଧ୍ୟ ସମାଲୋଚନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଣେ ପାର୍ଟିର ମୁଖପାତ୍ର ବୋଲି ତମେ ଯାହା ଚାହିଁବ ତାହା କହିବ କି ବୋଲି ସୁପ୍ରିମକୋର୍ଟ ନୂପୁରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ନିଲମ୍ବିତ ବିଜେପି ନେତ୍ରୀ ଶସ୍ତା ଲୋକପ୍ରିୟତା କିମ୍ବା କୌଣସି ନ୍ୟସ୍ତ ସ୍ୱାର୍ଥ ପାଇଁ ଏପରି ମନ୍ତବ୍ୟ ଦେଇଥିଲେ । ସମଗ୍ର ଦେଶରେ ଆଜି ଯାହା ଘଟୁଛି ସେଥିପାଇଁ ନୂପୁର ଶର୍ମା ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Also Read  ଜାମ୍ମୁ-କଶ୍ମୀରରେ ୨୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି