ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ଦେଇନାହୁଁ: ଏଏସ୍‌ଆଇ

0
300
asi-not-given-permission-for-shreemandir-parikrama-project

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦେଇନି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବା ଏଏସ୍‌ଆଇ। ଆଜି ହାଇକୋର୍ଟରେ ଏଏସ୍‌ଆଇ ପକ୍ଷରୁ ଏନେଇ ସତ୍ୟପାଠ ଦାଖଲ କରାଯାଇଛି। ତେବେ ଏଏସଆଇଠାରୁ ଏ ବାବଦରେ ହାଇକୋର୍ଟ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ପ୍ରକଳ୍ପ ଯୋଗୁଁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ଏସ ଆଇ ସତ୍ୟପାଠ ଉପରେ ଜବାବ୍ ରଖିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁନ ୨୦ ରେ ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି, ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିକୁ ସରକାର ପୂର୍ବରୁ ଯେଉଁ ଡିଜାଇନ ଦେଇଥିଲେ ପରବର୍ତୀ ସମୟରେ ସେଥିରେ ପରିବର୍ତନ କରିଦେଇଛନ୍ତି । ବାରମ୍ବାର ଏଥିରେ ପରିବର୍ତନ କରାଯାଇଛି ବୋଲି ପ୍ରତ୍ନତତ୍ୱ ବିଭାଗ ହାଇକୋର୍ଟରେ ସତ୍ୟାପାଠ ଦାଖଲ କରି କହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖନନ ପାଇଁ ଐତିହ୍ୟସ୍ଥଳରେ ବଡଧରଣର କ୍ଷତି ପହଁଚିଥାଇପାରେ । ଅର୍ଥାତ ଶ୍ରୀନ୍ଦିରକୁ କ୍ଷତି ପହଁଚିଥାଇପାରେ ବୋଲି ପ୍ରତ୍ନତତ୍ୱ ବିଭାଗ ଏହି ସତ୍ୟପାଠରେ ସଂକେତ ଦେଇଛି ।

Also Read  Finance Minister Amat asks banks to open up branches at Gram Panchayats

LEAVE A REPLY

Please enter your comment!
Please enter your name here