ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

0
299
assistant-engineer-kartikeswar-rout-arrested

ଭଞ୍ଜନଗର: କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ୪୮ ଘଣ୍ଟାର ମାରାଥନ ରେଡ୍ ସରିବା ପରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଭିଜିଲାନ୍ସ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ କରିଛି ଭିଜିଲାନ୍ସ । କେବଳ କଳିଙ୍ଗ ନଗର ଅପାର୍ଟମେଣ୍ଟରୁ ମିଳିଛି ନଗଦ ୨ କୋଟି ୫୦ ହଜାର ଟଙ୍କା । ରେଡ୍ ସମୟରେ ଠାବ ହୋଇଥିବା ଟଙ୍କାକୁ ୩ଟି ଆଟାଜିରେ ନେଇ ଆସିଛି ଭିଜିଲାନ୍ସ । ସାରାରାତି ହୋଇଥିଲା କଳା ସମ୍ପତ୍ତିର ହିସାବ । ୨ କୋଟିରୁ ଅଧିକ ଟଙ୍କା ଜବତ ସହ ଅଧକେଜିରୁ ଅଧିକ ଓଜନର ସୁନା ବିସ୍କେଟ ଜବତ ହୋଇଛି । ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ଖଣ୍ଡଗିରିରେ ଦୁଇଟି ଫ୍ଲାଟ୍ ଓ ଜାଗମରାରେ ଗୋଟିଏ ଦୁଇ ମହଲା ଅଟ୍ଟାଳିକା ରହିଛି । ଭୁବନେଶ୍ୱରରେ ୭ଟି ପ୍ଲଟ ସହ ରହିଛି ୩୭ ଲକ୍ଷ ୨୩ ହଜାର ଟଙ୍କାର ଇନସୁରାନ୍ସ ଜମା ।

Also Read  ବରିଷ୍ଠ ଅଭିନେତା ମିହିର ଦାସ ଗୁରୁତର

LEAVE A REPLY

Please enter your comment!
Please enter your name here