ବେକାବୁ ହେଉଛି ‘ଅଗ୍ନିପଥ’ ନିଆଁ: ବିହାର ଉପମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ, ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା

0
376
attack-on-bihar-deputy-cms-house over agnipath scheme

ପାଟଣା: ଅଗ୍ନିପଥ ଯୋଜନା ବିରୋଧରେ ବିହାରରେ ହିଂସାତ୍ମକ ପ୍ରଦର୍ଶନ ଜାରି ରହିଛି। ବିକ୍ଷୋଭକାରୀ ଯୁବକ ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ଆଜି ସକାଳେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଉତ୍ତର ପ୍ରଦେଶ ଏବଂ ବିହାରରେ କେତେକ ଟ୍ରେନ୍‌ରେ ନିଆଁ ଲଗାଇ ଦେବା ସହିତ ସମ୍ପ୍ରତି ପାଟନାରେ ଅବସ୍ଥାନ କରୁଥିବା ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବତ୍ତେିଆସ୍ଥିତ ବାସଭବନରେ ଆକ୍ରମଣ କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ରେଣୁ ଦେବୀ କହିଛନ୍ତି, ଏଭଳି ହିଂସାକାଣ୍ଡ ସମାଜ ପାଇଁ ବଡ଼ ବିପଜ୍ଜନକ। ପ୍ରତିବାଦକାରୀମାନେ ମନେରଖିବା ଉଚିତ ଯେ, ଏହା ସମାଜ ପାଇଁ ହାନିକାରକ। ରେଣୁ ଦେବୀଙ୍କ ପୁଅ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ମା’ ବର୍ତ୍ତମାନ ପାଟଣାରେ ଅଛନ୍ତି କିନ୍ତୁ ବେତିୟାରେ ତାଙ୍କ ଘରେ ଭଙ୍ଗାରୁଜା ହୋଇଛି ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ପଶ୍ଚିମ ଚମ୍ପରନ୍ ଜିଲ୍ଲାର ବାଗାହା ଅଞ୍ଚଳରେ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଉତ୍ତ୍ୟକ୍ତ ଆଶାୟୀ ପ୍ରାର୍ଥୀ ଭଙ୍ଗାରୁଜା କରିଛନ୍ତି। ଏହା ବ୍ୟତୀତ ସାସାରାମରେ ବିଜେପି କାର୍ଯ୍ୟାଳୟକୁ ଟାର୍ଗେଟ କରାଯାଇଛି। ଅଗ୍ନିପଥ ଯୋଜନାକୁ ନେଇ ଅନେକ ରାଜ୍ୟରେ ବିରୋଧ ଉଗ୍ର ହେବାରେ ଲାଗିଛି । ବିହାର ସମେତ ତେଲେଙ୍ଗାନାରେ ଆଜି କିଛି ଟ୍ରେନରେ ଆନ୍ଦୋଳନକାରୀ ଯୁବକ ନିଆଁ ଲଗାଇ ଦେଇଛନ୍ତି ।

କଡ଼ା ବିରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗ୍ନିପଥ ନିଯୁକ୍ତି ବୟସ ସୀମାକୁ ୨୧ ରୁ ୨୩ ବର୍ଷକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ତଥାପି ଏହା ଆଶାୟୀ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ସେମାନେ ଅଗ୍ନିପଥ ଯୋଜନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

Also Read  ଟ୍ରେନ ଭିତରେ ଚାଲିଲା ଗୁଳି; ୩ ଆହତ