ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇର ବଡ ଝଟ୍‌କା : ନୂତନ ଗ୍ରାହକ ଯୋଡ଼ିବା ଉପରେ ଲାଗିଲା ରୋକ୍

0
681
Big shocks-paytm-payment-bank

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ସେବା ପ୍ରଦାନକାରୀ ପେଟିଏମ୍ ର ଏବେ ଖରାପ ସମୟ ଚାଲିଛି। ଷ୍ଟକ୍‌ ମାର୍କେଟରେ ଏହାର ଲିଭିଂ କରାଯିବା ପରଠାରୁ ବ୍ୟାଙ୍କର ଅଂଶଧନ ହ୍ରାସ ଘଟିବାରେ ଲାଗିଛି। ଏହି କାରଣରୁ ନିବେଶକମାନେ ବହୁ କ୍ଷତି ସହୁଛନ୍ତି। ଏହା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର କମ୍ପାନୀକୁ ଆଉ ଏକ ବଡ ଝଟ୍‌କା ଦେଇଛି। ବାସ୍ତବରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ବାରଣ କରିଛି।

ଏହା ସହିତ କେନ୍ଦ୍ରୀୟ ବ୍ୟାଙ୍କ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଏକ ଆଇଟି ଅଡିଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି। ଆଇଟି ଅଡିଟ୍ ର ଅର୍ଥ ହେଉଛି ଯେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଆଇଟି ବିତ୍ତିଭୂମି ଯଥା ସଫ୍ଟୱେର ଏତେ ସଂଖ୍ୟକ ଗ୍ରାହକଙ୍କ ଭାର ବହନ କରିବାକୁ ସକ୍ଷମ ନା ନାହିଁ । ଏଥିରେ କ’ଣ ସବୁ ତ୍ରୁଟି ରହିଛି ଯାହା ଅଡିଟ୍ ଅନୁସନ୍ଧାନ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ନୂତନ ଗ୍ରାହକ ଯୋଡିବା ପାଇଁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ପ୍ରଥମେ ଆରବିଆଇର ଅନୁମତି ନେବାକୁ ପଡିବ । ଏଥିରେ କୁହାଯାଇଛି ଯେ ଆଇଟି ଅଡିଟ୍ ରିପୋର୍ଟ ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସମୀକ୍ଷା କରିବ । ସମୀକ୍ଷା ପରେ ବ୍ୟାଙ୍କକୁ ନୂତନ ଗ୍ରାହକ ଯୋଡିବାକୁ ଅନୁମତି ଦିଆଯିବ।

Also Read  ୧୮୭ ବର୍ଷ ପରେ କାଶୀବିଶ୍ୱନାଥ ମନ୍ଦିରର ବଡ଼ ପରିବର୍ତ୍ତନ