ବୁଷ୍ଟର ଡୋଜ୍‌ ନେଇଥିବା ସତ୍ତ୍ୱେ ବି ବିଲ୍‌ ଗେଟ୍ସଙ୍କୁ କରୋନା!

0
454

ମାଇକ୍ରୋସଫ୍ଟ (Microsoft) କୋ-ଫାଉଣ୍ଡର ବିଲ୍‌ ଗେଟ୍ସ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ବିଲ୍‌ ଗେଟ୍ସ କହିଛନ୍ତି ଯେ ସେ କରୋନା ପଜିଟିଭ୍‌ ମିଳିଛନ୍ତି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି। ସେ ଆହୁରି କହିଛନ୍ତି, କରୋନା ପଜିଟିଭ୍‌ ବାହାରିବା ପରେ ସେ ନିଜକୁ ଆଇସୋଲେଟ୍‌ କରି ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସେ ସୁସ୍ଥ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ।

ବିଲ୍‌ ଗେଟ୍ସ କହିଛନ୍ତି କି, ‘ମୁଁ ଭାଗ୍ୟଶାଳୀ ଯେ ମୁଁ ଭ୍ୟାକ୍ସିନ୍‌ ନେଇ ଯାଇଛି ଏବଂ ବୁଷ୍ଟର ବି ନେଇ ଯାଇଛି। ଏଥି ସହିତ ଭଲ ମେଡିକାଲ କେୟାରରେ ରହିଛି’। The Bill & Melinda Gates Foundation ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପ୍ରାଇଭେଟ୍‌ ଫାଉଣ୍ଡେସନ ମଧ୍ୟରୁ ଅନ୍ୟତମ, ଯାହା ପାଖରେ ପାଖାପାଖି ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି। ବିଲ୍‌ ଗେଟ୍ସ ମହାମାରୀକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମର୍ଥନ କରି ଆସିଛନ୍ତି। ଖାସ୍‌ କରି ଗରିବ ଦେଶଗୁଡ଼ିକରେ ଭ୍ୟାକ୍ସିନ ଓ ଔଷଧଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେ କାମ କରୁଛନ୍ତି।

Gates Foundation ଅକ୍ଟୋବରରେ ଘୋଷଣା କରିଥିଲା ଯେ ସେ କମ୍‌ ଆୟ ଥିବା ଦେଶଗୁଡ଼ିକ ପାଇଁ ୧୨୦ ମିଲିୟନ ଡଲାର ଖର୍ଚ୍ଚ କରିବ। ଔଷଧ ନିର୍ମାତା ‘ମର୍କ’ର ଆଣ୍ଟିଭାଇରାଲ କୋଭିଡ୍‌-୧୯ ବଟିକାର ଜେନେରିକ୍‌ ଭର୍ସନକୁ ଫାଉଣ୍ଡେସନ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଘୋଷଣା କରିଥିଲା।

Also Read  Amazon CEO becomes world's richest man