ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲାଙ୍କ ପରଲୋକ

0
356
billionaire-investor-rakesh-jhunjhunwala-passes-away

ମୁମ୍ବାଇ: ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ ବଫେଟ୍ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କର ପରଲୋକ ହୋଇଛି। ରବିବାର ସକାଳେ ମାତ୍ର ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଆନୁସାରେ ଆଜି ସକାଳ ୬.୪୫ ମିନିଟ୍‌ ସମୟରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ବିୟୋଗ ହୋଇଯାଇଥିଲା ବୋଲି ଡାକ୍ତରମାନେ କହିଛନ୍ତି।

ରାକେଶ ଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ରାକେଶ ଝୁନଝୁନୱାଲା ଅଦ୍ୟମ ଥିଲେ। ତାଙ୍କ ଜୀବନଶୈଳୀ ଖୁବ ବାସ୍ତବବାଦୀ ଓ ମଜାଳିଆ ଥିଲେ। ବିଶ୍ୱ ଅର୍ଥନୀତି ପାଇଁ ତାଙ୍କ ଯୋଗଦାନ ଅତୁଳନୀୟ। ସେ ଭାରତର ଅଭିବୃଦ୍ଧଇ ପାଇଁ ଖୁବ୍ ଉତ୍ସାହୀ ଥିଲେ। ତାଙ୍କର ବିୟୋଗ ଅତ୍ୟନ୍ତ ଦୁଃଖଦ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପାଇଁ ମୁଁ ସମବେଦନା ଜଣାଉଛି।”

ଶେୟାର ମାର୍କେଟ୍‌ରେ ପୁଞ୍ଜି ନିବେଶ ବ୍ୟତୀତ ସେ ଏପ୍‌ଟେକ ଲିମିଟେଡ୍ ଓ ହଙ୍ଗାମା ଡିଜିଟାଲ୍‌ ମିଡିଆର ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍ ଲିମିଟେଡର ଚେୟାରମ୍ୟାନ୍ ଥିଲେ। ତା ଛଡ଼ା ସେ ଆନେକ ଭାରତୀୟ ଫାର୍ମରେବି ନିର୍ଦ୍ଦେଶକ ରହିଛନ୍ତି। କେବଳ ସେତିକି ନୁହେଁ, ସେ ଭାରତର ଅନ୍ତର୍ଜାତୀୟ ଅଭିଯାନରେ ସେ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି।

ସୂଚାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ଉଡ଼ାଣ ଆରମ୍ଭ କରିଥିବା ‘ଆକାଶ ଏୟାର୍‌’ର ସେଥିଲେ ଅନ୍ୟତମ ସହ-ସଂସ୍ଥାପକ। ‘ୱାରେନ୍‌ ବଫେ ଅଫ୍‌ ଦି ଇଣ୍ଡିଆନ୍‌ ମାର୍କେଟ୍‌’ ଏବଂ ‘ବିଗ୍‌ ବୁଲ୍‌’ ଭାବେ ପରିଚିତ ଝୁନ୍‌ଝୁନ୍‌ୱାଲା କିଛି ଦିନ ହେବ ଅସୁସ୍ଥ ଥିଲେ। ‘ଫୋର୍ବସ୍‌’ ଆକଳନ ଅନୁସାରେ, ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫.୫ ବିଲିୟନ୍‌ ଡଲାର୍‌।

୧୯୬୦ ମସିହା ଜୁଲାଇ ୫ ତାରିଖରେ ମଧ୍ୟବିତ୍ତ ପରିବାରେ ଜନ୍ମିତ ରାକେଶ ପ୍ରଥମେ ୧୯୮୫ ମସିହାରେ ମାତ୍ର ୫୦୦୦ ଟଙ୍କା ଧରି ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରିଥିଲେ। ସେତେବେଳେ ସେ କଲେଜ୍‌ରେ ପଢୁଥିଲେ। ୧୯୮୬ରେ ସେ ‘ଟାଟା ଟି’ ସେୟାର୍‌ କିଣି ଖୁବ୍‌ ଲାଭବାନ ହୋଇଥିଲେ। ସେ ଗୋଟାପ୍ରତି ୪୩ ଟଙ୍କାରେ କିଣିଥିବା ୫୦୦୦ ‘ଟାଟା ଟି’ ସେୟାର୍‌ର ମୂଲ୍ୟ ୩ ମାସରେ ୧୪୩ ଟଙ୍କା ହୋଇଯାଇଥିଲା। ପରବର୍ତ୍ତୀ ୩ ବର୍ଷରେ ସେ ୨୦ରୁ ୨୫ ଲକ୍ଷ ଟଙ୍କା ଲାଭ କରିଥିଲେ।

Also Read  Rakesh Jhunjhunwala; Different From Other Business Magnates