ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରେ ବିଜେଡି !

0
174
cooperative-society-election-in-june

ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ନିର୍ବାଚନୀ ଅଙ୍କ କଷା ଚାଲିଛି । ବିଶେଷ କରି ନବୀନଙ୍କ ବିଜୁ ଜନତା ଦଳ, ଜଗନ୍ନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ଓ ନିତୀଶ କୁମାରଙ୍କ ଜେଡିୟୁ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ବାକି ରାଜନୈତିକ ଦଳ ଗୁଡିକ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି । ତେଣୁ ଏହି ତିନୋଟି ରାଜନୈତିକ ଦଳର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ୍ନ ରେଡ୍ଡୀ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ରାଷ୍ଟ୍ରପତି ନିର୍ବାଚନ ପାଇଁ ଦେଶର ଏହି ତିନି ନେତାଙ୍କ ଉପରେ ନଜର । ଏହି ତିନି ନେତା ଓଡିଶା, ଆନ୍ଧ୍ର ପ୍ରଦେଶ ଏବଂ ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସଂଖ୍ୟା ଦୃଷ୍ଟିରୁ ବିରୋଧୀ ଏବଂ ଅଣ ବିଜେପି ଦଳଙ୍କ ପାଖରେ ୫୧.୧ ପ୍ରତିଶତ ଭୋଟ୍ ରହିଥିବା ବେଳେ ବିଜେପି ପାଖରେ ୪୮.୯ ପ୍ରତିଶତ ଭୋଟ୍ ରହିଛି । ବିଜେପି ଏବେ ଭୋଟ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ନ ରେଡ୍ଡୀଙ୍କ ଉପରେ ଭରସା କରିଛି । ଯଦି ଏହି ଦୁଇ ଦଳ ବିଜେପିକୁ ସମର୍ଥନ କରିବେ ତାହେଲେ କେନ୍ଦ୍ରରେ ଶାସକ ଦଳ ପଲା ଭାରି ହୋଇଯିବ । ଆଉ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଦୁଇ ଦଳ ସହ ଯୋଗାଯୋଗ କରୁଥିବା ସୂଚନା ରହିଛି ।

ଦୁଇ ଦିନ ତଳେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଅମିତ ଶାହଙ୍କ ସମେତ ଶୀର୍ଷ ବିଜେପି ନେତା ସାମିଲ ଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏନଡିଏ ଏହି ନିର୍ବାଚନରେ ବିଜୟୀ ହେବା ପାଇଁ ବିଜେଡି ସୁ୍ପ୍ରିମୋ ଏବଂ ୱାଇଏସଆର କଂଗ୍ରେସ ଉପରେ ନଜର ରଖିଛି ।

Also Read  ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

LEAVE A REPLY

Please enter your comment!
Please enter your name here