ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କ୍ଷମା ପ୍ରାର୍ଥନା କଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

0
334
bollywood star akshay-kumar-apologises for pan masala advertisement

ମୁମ୍ବାଇ: ଏକ ଗୁଟଖା ବ୍ରାଣ୍ଡର ବିଜ୍ଞାପନ ପାଇଁଁ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର କ୍ଷମା ପ୍ରାର୍ଥନା କରିଛନ୍ତି । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗି କହିଛନ୍ତି- “ମୁଁ ଏହି ବ୍ରାଣ୍ଡର ଆମ୍ବାସାଡର ଭାବେ ଓହରିବାକୁ ନିଷ୍ପତ୍ତି ନେଇଛି । ଏହି ବିଜ୍ଞାପନରୁ ପ୍ରାପ୍ତ ଅର୍ଥକୁ ଏକ ଭଲ କାର୍ଯ୍ୟରେ ଲଗାଇବି। ଯଦି ବ୍ରାଣ୍ଡ ଚାହୁଁଛି, ତେବେ ଏହାର ଚୁକ୍ତିନାମାର ଆଇନଗତ ଅବଧି ପୂରଣ ନହେବା ପର୍ଯ୍ୟନ୍ତ ଏହି ବିଜ୍ଞାପନ ପ୍ରସାରଣ କରିପାରିବ। କିନ୍ତୁ ମୁଁ ଏଣିକି ଭବିଷ୍ୟତରେ ବୁଝି ବିଚାରି ବିଜ୍ଞାପନ ଚୟନ କରିବାକୁ ସଂକଳ୍ପ କରୁଛି ।

ଖିଲାଡି କୁମାର ଏତେ କଥା କହିବା ପରେ ମଧ୍ୟ ଲୋକେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଟ୍ରୋଲରମାନେ ତାଙ୍କୁ ପଚାରୁଛନ୍ତି କି ସେ ବିଜ୍ଞାପନରୁ ପ୍ରାପ୍ତ ଫି ଫେରସ୍ତ କରିବେ କି? ଅନ୍ୟପଟେ ଆଉ କିଛି ଲୋକ ଅକ୍ଷୟଙ୍କୁ ତମାଖୁ ବିଜ୍ଞାପନ ମାମଲାରେ ସ୍ଥାୟୀ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି | ଜଣେ ୟୁଜର୍ କହିଛନ୍ତି, ”କିଛି ଫାଇଦା ନାହିଁ ସାର୍, ବିଜ୍ଞାପନ ତ ଚାଲିବ ହିଁ | ଯଦି ବିଜ୍ଞାପନ ବନ୍ଦ କରି ଆପଣ ଟଙ୍କା ଫେରାଇ ଦେଇଥାଆନ୍ତେ, ତେବେ ଠିକ୍ ହୁଅନ୍ତା ।”

Also Read  ଜନସଭାରେ ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦି