ରାଜ୍ୟରେ ରେକର୍ଡ ଛୁଇଁଲା ତାପମାତ୍ରା; ୪୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

0
181
monsoon-arrival-likely-to-get-delayed-to-reach-odisha

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଡହ ଡହ ଖରାରେ ସିଝୁଛି ପୂରା ଓଡ଼ିଶା। ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀର ଲକ୍ଷ୍ମଣରେଖା ପାର୍ କରିଯାଇଛି । ବୌଦ୍ଧ ଜିଲ୍ଲାରେ ଏଭଳି ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ୨୫ଟି ଷ୍ଟେସନରେ ତାପମାତ୍ରା ୪୦ ଟପିଯାଇଛି । ଉପକୂଳବର୍ତୀ କିଛି ଅଞ୍ଚଳକୁୁ ଛାଡି ଦେଲେ ସାରା ଓଡ଼ିଶାରେ ଅଗ୍ନିବର୍ଷା ହେଉଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ସେହି ସ୍ଥାନ ଗୁଡିକ ହେଉଛି ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ, ଦେବଗଡ ଓ ସୋନପୁର ।

ରାଜ୍ୟରେ ହିଟ୍ ୱେଭ୍ ଜାରି ରହିଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଜନସାଧାରଣଙ୍କୁ ସତର୍କ ରହିବାକୁ କେତେକ ପରାମର୍ଶ ଦିଆଯାଇଛି । ଏସଆରସିଙ୍କ ଆଡଭାଇଜରୀ…

  • ଛୋଟପିଲା, ବୟସ୍କ ଓ ରୋଗୀଙ୍କ ପାଇଁ ତାତି ସାମାନ୍ୟ ବିପଦ ଆଣିପାରେ
  • ଅତି ଜରୁରୀ କାମ ନଥିଲେ ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ଘରୁ ବାହାରନ୍ତୁ ନାହିଁ 
  • ଯଦି ବାହାରିବେ ତେବେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେଇ ବାହାରନ୍ତୁ 

କାଳବୈଶାଖୀ ପ୍ରଭାବ ଅନୁଭୂତ ହେଉନଥିବାରୁ ତାପମାତ୍ରା ବଢ଼ୁଥିବା କୁହାଯାଉଛି । କିନ୍ତୁ କାଳବୈଶାଖୀ ପ୍ରଭାବରେ ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ୨ ଡିଗ୍ରୀ ଯାଏଁ ତଳକୁ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କମିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Also Read  ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା: ଆହୁରି ୪ ଦିନ ବର୍ଷିବ, ୪ ଜିଲ୍ଲାକୁ ରେଡ୍‌ ଆଲର୍ଟ

LEAVE A REPLY

Please enter your comment!
Please enter your name here