କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣା: ପ୍ରେମିକକୁ ଝାଡଖଣ୍ଡରୁ ବାନ୍ଧିଲା ପୋଲିସ

0
381
boyfriend-arrested-in-97-lakh-fraud-case

ଭୁବନେଶ୍ବର: ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ଲକ୍ଷ ଟଙ୍କା ହଡପ ଘଟଣାରେ ଅଭିଯୁକ୍ତ ପ୍ରେମିକ ବିକାଶ କୁମାରକୁ ଗିରଫ କଲା ତମାଣ୍ଡୋ ଥାନା ପୋଲିସ । ବିକାଶଙ୍କୁ ସେଠାକାର କୋର୍ଟରେ ହାଜର କରାଯିବା ପରେ ୩ ଦିନିଆ ଟ୍ରାଞ୍ଚିଟ୍‌ ରିମାଣ୍ଡରେ ଆଣି ଆସୁଛି ପୁଲିସ । ଆଜି ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ବିକାଶ ଓ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଲେଡି ଆକାଉଣ୍ଟାଣ୍ଟ୍‌ ପାୟଲ ମହାପାତ୍ରଙ୍କୁ ଏକା ସାଙ୍ଗରେ ରିମାଣ୍ଡରେ ଆଣିବ ତମାଣ୍ଡୋ ଥାନା ପୁଲିସ ।

ସୂଚନା ଅନୁସାରେ, ସିଭି ରମଣ ଇଞ୍ଜିନିୟରିଂ କଲେଜର ଜଣେ ମହିଳା ଆକାଉଣ୍ଟାଣ୍ଟ ତାଙ୍କର ବୟଫ୍ରେଣ୍ଡଙ୍କୁ ୯୭ ଲକ୍ଷ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଥିଲା। ବର୍ଷକ ଭିତରେ ସେ ଫି ବାବଦ ୯୭ ଲକ୍ଷ ଟଙ୍କା ଡିପୋଜିଟ୍ ନ କରି ଫୋନ ପେ ଜରିଆରେ ବୟଫ୍ରେଣ୍ଡଙ୍କ ପାଖକୁ ପଠାଇଥିଲେ। ଏହାପରେ ସିଭିରମଣ ଇଞ୍ଜିନିୟରିଂ କଲେଜ କର୍ତ୍ତୃପକ୍ଷ ଟଙ୍କା ଗାଏବ ନେଇ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମହିଳା ଆକାଉଣ୍ଟାଣ୍ଟଙ୍କୁ ପୁଲିସ ଗିରଫ କରିଛି। ଗିରଫ ପରେ ସେ ସବୁ ସତ ମାନିଥିବା ଜଣାଯାଇଛି। କଲେଜ ଆକାଉଣ୍ଟ୍‌ ଅଡିଟ୍‌ ସମୟରେ ଏହି ଆତ୍ମସାତ ଘଟଣା ପଦାକୁ ଆସିଥିଲା । କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ପାୟଲଙ୍କୁ ଗିରଫ କରିଥିଲା ।

Also Read  Youth Dies During Cricket Match