ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବ୍ରିଟନୀ ସ୍ପିୟର୍ସ

0
143

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଗାୟିକା ବ୍ରିଟନୀ ସ୍ପିୟର୍ସ ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସୋସିଆଲ ସାଇଟରେ ସେ ଏହି ଖବରକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ମାଉ ହୱାଇ ଆଇଲାଣ୍ଡକୁ ପତି ତଥା ଫିଟନେସ ଟ୍ରେନର ସ୍ୟାମ ଅସଗରୀଙ୍କ ସହ ଛୁଟି କଟାଉଥିବା ବେଲେ ପ୍ରେଗନେଂଟ ଥିବା ଜାଣିପାରିଥିଲି । ସୂଚନାଯୋଗ୍ୟ, ସେ ଏହା ପୂର୍ବରୁ କେଭିନ ଫେଡରଲାଇନଙ୍କୁ ବିବାହ କରିଥିଲେ । ସେମାନଙ୍କ ସିନ ପ୍ରୋଷ୍ଟନ ଜୋକି ଓ ଜେଡେନ ଜେମ୍ସ ନାମକ ୨ଟି ସନ୍ତାନ ଅଛନ୍ତି । ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ସ୍ୟାମ ମଧ୍ୟ ବାପା ହେବା ପାଇଁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ।

Also Read  ହାଇକୋର୍ଟ ଗଲେ ମମିତାଙ୍କ ପରିବାର : ଚରିତ୍ର ସଂହାର କରୁଥିବା ଅଭିଯୋଗ

LEAVE A REPLY

Please enter your comment!
Please enter your name here