ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌

0
179

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ପ୍ରତିଦିନ ୬ଘଣ୍ଟା ଲେଖାଏଁ ଗୃହ ଚାଲିବ । ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ ଆକାର ୨ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି । ବଜେଟ୍‌ରେ କିଛି ନୂଆ ଯୋଜନା ଆସିପାରେ ।

ପୂର୍ଣ୍ଣାଙ୍ଗ ବଜେଟରେ କୃଷି, ମିଶନ ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ମିଳିପାରେ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ ହୋଇପାରିନଥିଲା। ପୂର୍ବରୁ ୪ମାସ ପାଇଁ ପ୍ରାୟ ୧ଲକ୍ଷ ୬ହଜାର କୋଟିର କାମଚଳା ବଜେଟ ଉପସ୍ଥାପିତ ହୋଇଥିଲା।

ସେପଟେ ବଜେଟ୍‌ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ । ଆଇନଶୃଙ୍ଖଳା ଠାରୁ ଆରମ୍ଭ କରି କୃଷି ଓ କୃଷକ ସମସ୍ୟା, ବେକାରୀ ସମସ୍ୟା, ବିଜୁଳି କାଟ୍‌ ଆଦି ପ୍ରସଙ୍ଗ ଉଠାଇବାକୁୁ ଯୋଜନା ରହିଛି ।

Also Read  BPIA witnesses heavy damage due to 'Maarutha'

LEAVE A REPLY

Please enter your comment!
Please enter your name here