ଦେଓ ଘାଟିରେ ବସ୍‌ ସହ ଟ୍ରେଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ୭ ଆହତ

0
438
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

କୋରାପୁଟ: ଘାଟିରେ ଓଲଟିଲା ବସ୍‌। ବସ୍‌-ଟ୍ରେଲର ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୭ ଆହତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବରଯାତ୍ରୀଙ୍କୁ ନେଇ ଅର୍ଣ୍ଣପୂର୍ଣ୍ଣା ନାମକ ଘରୋଇ ବସ୍‌ଟି କୋରାପୁଟରୁ ଜୟପୁର ଅଭିମୁଖେ ଆସୁଥିବାବେଳେ ଦେଓ ଘାଟିରେ ଟ୍ରେଲର ସହ ମୁହାଁମୁହିଁ ଧକ୍କା ହୋଇ ଓଲଟି ପଡିଥିଲା।

ଦୁର୍ଘଟଣାରେ ୭ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଇଥିଲା।

Also Read  ଡିସେମ୍ବର ୪ରେ ସୂର୍ଯ୍ୟପରାଗ : ଓଡ଼ିଶା ଉପରେ କେତେ ପ୍ରଭାବ ରହିବ ?