ବନ୍ଦ ହୋଇଯିବ ମୋବାଇଲରେ କଲ ରେକର୍ଡିଂ ସୁବିଧା, ଖୁବଶୀଘ୍ର ନୂଆ ପଲିସି ଆଣୁଛି ଗୁଗଲ

0
175
call-recording-apps-in-mobile-soon-get-banned

ନୂଆଦିଲ୍ଲୀ: ଖୁବଶୀଘ୍ର ଗୁଗଲ ଆଣୁଛି ନୂଆ ପଲିସି ଯେଉଁଥିରେ ବନ୍ଦ ହୋଇଯିବ ମୋବାଇଲର କଲ ରେକର୍ଡିଂ ବ୍ୟବସ୍ଥା । ମୋବାଇଲରେ କଲ ରେକର୍ଡ କରିବା ପାଇଁ ଯଦି ଆପଣ କୌଣସି ଥାର୍ଡ ପାର୍ଟି ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି ତେବେ କିଛି ଦିନ ମଧ୍ୟରେ ତାହା ବନ୍ଦ ହୋଇଯିବ । ଏହା ଏଥିପାଇଁ ହେବାକୁ ଯାଉଛି କାରଣ ସ୍ମାର୍ଟଫୋନ୍‌ ଗୁଡିକରେ ବ୍ୟବହାର ହେଉଥିବା ଥାର୍ଡ ପାର୍ଟି ଆପ୍ଲିକେସନ୍‌ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛି ଗୁଗଲ ।

ଶୁଣାଯାଉଛି ଯେ, ମେ ୧୧ ତାରିଖରୁ ଥାର୍ଡ ପାର୍ଟି ଆପ୍ଲିକେସନ୍‌ ଗୁଡିକ ଆଉ କଲ ରେକର୍ଡିଂ ସୁବିଧା ଦେଇପାରିବେ ନାହିଁ । ନିକଟରେ କମ୍ପାନୀ ପକ୍ଷରୁ ପ୍ଲେ ଷ୍ଟୋର ପଲିସିରେ କିଛି ଅଦଳବଦଳ କରିଥିଲା । ଯେଉଁଥିରେ ଥାର୍ଡ ପାର୍ଟି କଲ୍‌ ରେକର୍ଡିଂ ଆପ୍‌ ଗୁଡିକୁ ବନ୍ଦ କରିବା ନେଇ ନିଷ୍ପତ୍ତି ହୋଇଛି । ପଲିସି ଅନୁଯାୟୀ ତୃତୀୟ ପକ୍ଷ ଆପ୍‌ ଗୁଡିକୁ ଏଣିକି ଆଉ ପ୍ଲେ ଷ୍ଟୋରରେ କଲ୍ ରେକର୍ଡିଂ ପାଇଁ ଏପିଆଇର ଉପଯୋଗ କରିବାକୁ ଅନୁମତି ମିଳିବନି । କିନ୍ତୁ ମୋବାଇଲ ଫୋନଗୁଡିକରେ ଦିଆଯାଉଥିବା ନିଜସ୍ବ କଲ୍‌ ରେକର୍ଡିଂ ଫିଚର୍ସ ପୂର୍ବଭଳି କାର୍ଯ୍ୟ କରିବ । ଯଦି କୌଣସି ୟୁଜର୍ସଙ୍କ ଫୋନରେ ବିଲ୍ଟ-ଇନ୍‌ କଲ୍‌ ରେକର୍ଡିଂ ବିକଳ୍ପ ରହିଛି ତେବେ ସେମାନେ ତାହା ଜାରି ରଖିପାରିବେ ।

Also Read  Sundar Pichai new CEO of Alphabet- parent company of Google

LEAVE A REPLY

Please enter your comment!
Please enter your name here