କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମାଲ: ଭୁବନେଶ୍ୱର ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍‌

0
208
crimebrach-team-in-manas-swains-house in-ranpur

ଭୁବନେଶ୍ୱର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି କଳ୍ପନା ସାହୁଙ୍କ ତତ୍ତ୍ୱାବଧାନରେ ୫ଜଣିଆ ତଦନ୍ତ ଟିମ ସେଠାରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଆଜିର ତଦନ୍ତରେ ଆଶ୍ରମରେ ରହୁଥିବା କର୍ମଚାରୀ ତଥା ଆଶ୍ରମ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁୁ କ୍ରାଇମବ୍ରାଞ୍ଚ ଜେରା କରିବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି। କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିବ ତଦନ୍ତକାରୀ ଟିମ୍ । ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଏବଂ ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଓ ପୋତିଥିଲେ ତା’ର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ ।

Also Read  ସାବତ ମା’ ସାଜିଲା ରାକ୍ଷାସ : ୬ବର୍ଷର ଝିଅକୁ ପିଟିପିଟି ମାରିଦେଲା

LEAVE A REPLY

Please enter your comment!
Please enter your name here