ଡମ୍ଫର ସହ ମୁହାଁମୁହିଁ ଧକ୍କା ହେଲା କାର୍, ୨ ମୃତ ୨ ଗୁରୁତର

0
119

ଭଦ୍ରକ : ଅଧାରେ ରହିଗଲା ଜଗା ଦର୍ଶନ। ପୁରୀ ଯିବାବେଳେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଡମ୍ଫର ସହ ମୁହାଁମୁହିଁ ଧକ୍କା ହେଲା କାର୍। ଦୁର୍ଘଟଣାରେ ୨ ମୃତ ଅନ୍ୟ ୨ ଜଣ ଗୁରୁତର। ସମସ୍ତ ମୃତକ ପଶ୍ଚିମବଙ୍ଗର ଅଞ୍ଚଳର ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛି।

ସୂଚନାନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ମାନିକତାଲାରୁ ୪ ଜଣ ଏକ କାର ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ଛକ ନିକଟରେ ଏକ ଡମ୍ଫର ସହ କାର୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ୪ ଗୁରୁତରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାରକରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ଏମାନେ ପଶ୍ଚିମବଙ୍ଗରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Also Read  ଦେଶରେ ଆହୁରି ବଢିବ ଖାଇବା ତେଲ ଦର

LEAVE A REPLY

Please enter your comment!
Please enter your name here