ଭୁବନେଶ୍ୱର: ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଅଭିନେତା ପପୁ ପମପମ୍ଙ୍କୁ କ୍ଲିନଚିଟ୍ । ନିର୍ଦ୍ଦୋଷରେ ଖଲାସ ହେଲେ କମେଡି କିଙ୍ଗ ପପୁ ପମପମ୍ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ । ଦୀର୍ଘ ୬ ବର୍ଷ ପରେ ଆଶ୍ୱସ୍ତି ପାଇଛନ୍ତି ଓଲିଉଡର ହାସ୍ୟାଭିନେତା ପପୁ ପମ୍ପମ୍।
ସୂଚନା ଅନୁସାରେ, ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍ ଦେବେ କହି ଅସଦାଚରଣ କରିଥିବା ନେଇ ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ତେବେ ଆଜି ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ପପୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ।