କେନ୍ଦ୍ର ସରକାରଙ୍କ ୟୁ-ଟର୍ଣ୍ଣ: ଆଧାର ଅପବ୍ୟବହାର ସମ୍ପର୍କିତ ଆଡଭାଇଜରୀ କଲେ ପ୍ରତ୍ୟାହାର

0
299
centre-withdraws-advisory-on-aadhaar-misuse

ନୂଆଦିଲ୍ଲୀ: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଆଧାରର ଅପବ୍ୟବହାର ରୋକିବା ପାଇଁ ଦୁଇ ଦିନ ତଳେ ଏକ ଆଡଭାଇଜରୀ ଜାରି ହୋଇଥିଲା | ମନ୍ତ୍ରଣାଳୟ ଏବେ ଏହାକୁ ପ୍ରତ୍ୟାହାର କରି ନେଇଛି।

ଏକ ନୂଆ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଆଧାରର ଅପବ୍ୟବହାର ରୋକିବା ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ମେ ୨୭ରେ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଏଥିରେ ଯେକୌଣସି ସଂସ୍ଥାକୁ ଆଧାର କାର୍ଡର ଫଟୋକପି ନ ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ଏହି ଆଡଭାଇଜରୀର ଭୁଲ ବ୍ୟାଖ୍ୟା କରାଯିବାର ସମ୍ଭାବନା ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଥିବା ସରକାର କହିଛନ୍ତି। ଆଧାର ନମ୍ବର ସେୟାର କଲାବେଳେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି | ଆଧାର ଧାରକଙ୍କ ପରିଚୟ ଏବଂ ଗୋପନୀୟତା ରକ୍ଷା କରିବା ପାଇଁ UIDAI ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରଣାଳୟ ଦାବି କରିଛି।

ମେ ୨୭ର ଜାରି ଆଡଭାଇଜରୀରେ ଲୋକମାନଙ୍କୁ ଆଧାର ଫଟୋକପି ପରିବର୍ତ୍ତେ ମାସ୍କଡ୍ ଆଧାର କପି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା | ମାସ୍କଡ୍ ଆଧାରରେ ଆପଣଙ୍କର ଆଧାର ନମ୍ବରର କେବଳ ଶେଷ ୪ ଅଙ୍କ ଦେଖାଯିବ | ଏହା UIDAI ର ଅଫିସିଆଲ୍ ୱେବସାଇଟ୍ https://myaadhaar.uidai.gov.in/ ରୁ ଡାଉନଲୋଡ୍ ହୋଇପାରିବ।

ମନ୍ତ୍ରଣାଳୟ ଦ୍ବାରା ଜାରି ଉକ୍ତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଥିଲା ଯେ UIDAI ଦ୍ବାରା କେବଳ ୟୁଜର୍ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଗୁଡ଼ିକ ହିଁ ଜଣେ ବ୍ୟକ୍ତିଙ୍କ ପରିଚୟ ଯାଞ୍ଚ କରିବା ପାଇଁ ଆଧାର କାର୍ଡ ବ୍ୟବହାର କରିପାରିବେ। ଅଣଲାଇସେନ୍ସପ୍ରାପ୍ତ ସଂସ୍ଥାଗୁଡ଼ିକୁ ଏପରି ଅନୁମତି ଦିଆଯାଇନାହିଁ | ଏହି ଆଡଭାଇଜରୀରେ କୁହାଯାଇଛି ଯେ ଯଦି କୌଣସି ବେସରକାରୀ ସଂସ୍ଥା ଆପଣଙ୍କ ଆଧାର କାର୍ଡ ଦେଖିବା ପାଇଁ ଦାବି କରନ୍ତି କିମ୍ବା ଆପଣଙ୍କ ଆଧାର କାର୍ଡର ଫଟୋକପି ମାଗନ୍ତି, ତେବେ UIDAI ରୁ ସେମାନଙ୍କର ବୈଧ ୟୁଜର୍ ଲାଇସେନ୍ସ ଅଛି କି ନାହିଁ ଯାଞ୍ଚ୍ କରନ୍ତୁ |

Also Read  Employees Enrolment Campaign 2017 offers opportunity to employers to voluntarily declare details of all employees.