ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
347
Odisha CM To Lay Foundation Stone For The Expansion Of Odisha Bhawan, Mumbai
Odisha CM To Lay Foundation Stone For The Expansion Of Odisha Bhawan, Mumbai

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ ଭାଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସିଙ୍କୁ ନବୀନ ସାକ୍ଷାତ କରିବେ । କୌଣସି ମୁଖ୍ୟମନ୍ତ୍ରୀ ପୋପଙ୍କୁ ସାକ୍ଷାତ କରିବାରେ ନବୀନ ହେବେ ପ୍ରଥମ ।

ବିଶେଷ କରି ଆପଣ ଯାଣନ୍ତି ମୁଖ୍ୟମନ୍ତ୍ରୀ ସେତେ ବିଦେଶ ଯାତ୍ରା କରନ୍ତି ନାହିଁ । ତେବେ ଏଥର ସିଧା ଦିଲ୍ଲୀରୁ ରୋମ ଲମ୍ବାଯାତ୍ରା କରୁଛନ୍ତି ନବୀନ । ଆଜି ଅପରାହ୍ନ ୩ଟାରେ ଇଟାଲୀରେ ପହଞ୍ଚିବେ ନବୀନ । ସେଠାରେ 4 ଦିନ ରୋମରେ ରହିବେ ମୁଖ୍ୟମନ୍ତ୍ରୀ । ରୋମର ପ୍ରାକୃତିକ ସୈାନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହି ସମୟ ମଧ୍ୟରେ ଜାତିସଂଘର ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଡେଭିଡ୍ ବେସଲୀଙ୍କ ନିମନ୍ତ୍ରଣ ରକ୍ଷା କରି ସ୍ବତନ୍ତ୍ର ଉତ୍ସବରେ ଯୋଗଦେବେ । ସେଠାରେ ଓଡ଼ିଶାର ଦୁଇ ପ୍ରମୁଖ ସଫଳତା ବାବଦରେ ନିଜ ଅନୁଭୂତି ବଖାଣିବେ ।

କହିବାକୁ ଗଲେ ଓଡ଼ିଶାର ଗୁଣଗାନ କରିବାକୁ ଯାଇଛନ୍ତି ନବୀନ । ଓଡ଼ିଶା କିଭଳି ଦରିଦ୍ର ଥିଲା ଏବଂ ଏବେ ବିକାଶ କରୁଛି ତାହାର ମଧ୍ୟ ତଥ୍ୟ ରଖିବେ । ପ୍ରତିବର୍ଷ ବନ୍ୟା, ବାତ୍ୟାରେ ଜର୍ଜରିତ ଓଡ଼ିଶାର କାହାଣି ପଢ଼ିବେ ରୋମରେ ନବୀନ । ଦିନେ ଖାଦ୍ୟ ପାଇଁ ଅନ୍ୟ ରାଜ୍ୟକୁ ହାତ ପତାଉଥିବା ଓଡ଼ିଶା କିପରି ଏବେ ଧାନ ଉତ୍ପାଦନରେ ବଳକା ରାଜ୍ୟ ହୋଇଛି ତାହା ମଧ୍ୟ କହିବେ । ନିଜର ଆବଶ୍ୟକତା ପୂରଣ କରି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଇପାରୁଛି ତାହା ମଧ୍ୟ କହିବେ । ତେବେ ସବୁଠୁ ବଡ଼ କଥା କିଭଳି ଏସବୁ ସମ୍ଭବ ହେଲା ଏବଂ ତାଙ୍କ ସରକାର କିପରି ଏହି ଅସମ୍ଭବକୁ ସମ୍ଭବ କଲା ତାହା ହିଁ ବିଶ୍ବବାସୀଙ୍କୁ ଜଣାଇବେ ନବୀନ । ସବୁଠୁ ବଡ଼ କଥା ତାଙ୍କ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ କେମିତି ଭାରତରେ ଏକ ନମ୍ବର ହୋଇପାରିଛି ସେ ବିଷୟରେ ବିଶ୍ବବାସୀଙ୍କୁ ପଢ଼ି ଶୁଣାଇବେ ।

ଏହାପରେ ମୁଖ୍ୟମନ୍ତ୍ରୀ ୨୪ ତାରିଖରେ ରୋମରୁ ୟୁରୋପ ଗସ୍ତରେ ଯିବେ । ୟୁରୋପୀୟ ଦେଶଗୁଡ଼ିକର ନେତାମାନଙ୍କ ହସ ସାକ୍ଷାତ ସହ ସେଠାକର ଅପାର ସୈାନ୍ଦର୍ଯ୍ୟ ବୁଲି ଦେଖିବେ । ପରେ ୨୬ ତାରିଖରେ ଇନଭେଷ୍ଟର ମିଟ୍ ପାଇଁ ଦୁବାଇ ଗସ୍ତ କରିବେ । ସେଠାରେ ବଡ଼ ବଡ଼ କମ୍ପାନିମାନଙ୍କ ସହ ଓଡ଼ିଶାରେ ପୁଞ୍ଜି ଖଟାଇବା ପାଇଁ କଥାହେବେ । ୨୯ ତାରିଖରେ ଦୁବାଇରେ ମିଡିଲ ଇଷ୍ଟ ପୁଂଜି ନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜି ନିବେଶକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ।

Also Read  ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକିଲା କେବଲ କାର, ମଝି ଆକାଶରେ ଫସିଲେ ପର୍ଯ୍ୟଟକ

ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ମଧ୍ୟ ବିଦେଶ ଗସ୍ତରେ ଅଛନ୍ତି । ତେବେ ଏତେ ବର୍ଷ ପରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପ ଫ୍ରାନସିସଙ୍କୁ ଭେଟିବେ ନବୀନ । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ପୋପଙ୍କୁ ୟୁରୋପ ଗସ୍ତ ବେଳେ ଭେଟିଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ରାଜ୍ୟ ବିକାଶରେ କେତେ ସଫଳ ହେଉଛି ତାହା ସମୟ କହିବ ।