କେନ୍ଦୁଝର: ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଓ ଜଳ ସଂପଦ ବିଭାଗର ସଚିବ ଅନୁ ଗର୍ଗ କେନ୍ଦୁଝର ଗସ୍ତରେ ଆସି କାନପୁର ଡ୍ୟାମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ୨ ହଜାର ୪୩୮ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ହେଉଥିବା କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ।
ହିଲଟ୍ପ ଡାକବଙ୍ଗଳାରେ କାନପୁର ଜଳସେଚନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ । ଏଥିସହ ଜିଲ୍ଲାର ପ୍ରତିଟି ପରିବାର ପାଇପ୍ ଯୋଗେ କିପରି ପାନୀୟ ଜଳ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ପାଇ ପାରିବେ ସେନେଇ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍, ଲାଇବ୍ରେରୀ, ଖେଳପଡିଆ ଆଦି ବୁଲି ଦେଖିଥିଲେ । ପିଲାଙ୍କ ସହିତ 5ଟି ସଚିବ ଭି.କେ ପାଣ୍ଡିଆନ ବାସ୍କେଟ୍ ବଲ୍ ଖେଳିଥିଲେ । ଏହାପରେ ସମସ୍ତେ ବିଦ୍ୟାଳୟରେ ଛାତ୍ରୀଙ୍କ ସହିତ ଗୋଟିଏ ଟେବୁଲ୍ରେ ମଧ୍ୟାହ୍ନ ଭୋଜନ କରିଥିଲେ । ଉଚ୍ଚଲକ୍ଷ୍ୟ ନେଇ ପାଠପଢିବା ସହ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଜୀବନରେ ଭଲ ମଣିଷ ହେବାକୁ ଛାତ୍ରୀମାନଙ୍କୁ 5ଟି ସଚିବ ଉପଦେଶ ଦେଇଥିଲେ ।