ଚିଲିକା: ଚିଲିକା ଡଙ୍ଗା ବୁଡ଼ି ଘଟଣାରେ ମିଳିଲା ନିଖୋଜ ରାଜକିଶୋରଙ୍କ ମୃତଦେହ । ଖାରିବନ୍ଧ ନିକଟରୁ ରାଜକିଶୋରଙ୍କ ମୃତଦେହ ଉଦ୍ଧାର କରିଛି ଟିମ୍ । ଭାରତୀୟ ନୌସେନା, ଓଟିଡିସି, ବାଲୁଗାଁ ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ରାଜକିଶୋରଙ୍କ ମୃତଦେହ ।
ଗତକାଲି ଅପରାହ୍ନରେ ଚିଲିକାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ବୁଡି ଯାଇଥିଲା । ଏହି ଡଙ୍ଗାରେ ଥିଲେ ୮ ଜଣ ପର୍ଯ୍ୟଟକ (ଯାତ୍ରୀ), ୨ଜଣ ନାବୀକ ଏବଂ ଚିଲିକା ମଧ୍ୟରେ ଥିବା ମା’ କାଳିଜାଇ ଙ୍କ ପୀଠରେ ବ୍ୟବସାୟ କରୁଥିବା ୨ ଜଣ ସ୍ଥାନୀୟ ବାସିନ୍ଦା । ମା’ କାଳିଜାଈଙ୍କ ପୀଠରୁ ଏହି ଡଙ୍ଗାଟି ବାଲୁଗାଁ ଅଭିମୁଖେ ଫେରୁଥିବା ବେଳେ ହଠାତ୍ କାଳ ବୈଶାଖୀ ଝଡ ଆରମ୍ଭ ହୋଇଥିଲା । ତାହାର ପ୍ରଭାବରେ ଡଙ୍ଗାଟି ଚିଲିକା ମଧ୍ୟରେ ବୁଡି ଯାଇଥିଲା । ମୃତ୍ୟୁ ମୁଖରୁ ୧୧ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତ ପର୍ଯ୍ୟଟକ ବାଲେଶ୍ୱରର ବୋଲି ଜଣାପଡ଼ିଛି ।