ତାଇୱାନ୍‌ର ମୁଖ୍ୟ ଦ୍ବୀପରେ ଆକ୍ରମଣର ଛଳନା କରୁଛି ଚୀନ୍‌: ତାଇୱାନ୍‌ ସେନା

0
298

ତାଇପେଇ: ତାଇୱାନ୍‌ ଦ୍ବୀପର ‘ଷ୍ଟ୍ରେଟ୍‌’ରେ (ଦୁଇଟି ସମୁଦ୍ର ବା ସ୍ଥଳଭାଗକୁ ସଂଯୋଗ କରୁଥିବା ଅଣଓସାରିଆ ଜଳସ୍ରୋତ) ଚୀନା ଲଢୁଆ ବିମାନ ଏବଂ ଯୁଦ୍ଧପୋତ ଚଳପ୍ରଚଳ କରିବା ଦେଖି ତାଇୱାନ୍‌ ସେନା କହିଛି ଯେ, ଚୀନ୍‌ ତାଇୱାନ୍‌ର ମୁଖ୍ୟ ଦ୍ବୀପ ଉପରେ ଆକ୍ରମଣ କରିବାର ଛଳନା କରୁଛି। ଏ ସଂକ୍ରାନ୍ତରେ ବିବୃତି ଦେଇ ସ୍ବୟଂଶାସିତ ଗଣତନ୍ତ୍ର ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଏକାଧିକ ବ୍ୟାଚ୍‌ କମ୍ୟୁନିଷ୍ଟ୍‌ ଲଢୁଆ ବିମାନ ଏବଂ ଯୁଦ୍ଧପୋତ ‘ତାଇୱାନ୍‌ ଷ୍ଟ୍ରେଟ୍‌’ ଚତୁଃପାର୍ଶ୍ବରେ ପଇଁତରା ମାରିବା ସହ ସେଗୁଡ଼ିକରୁ କେତେକ ମଧ୍ୟବର୍ତ୍ତୀ ରେଖା ଅତିକ୍ରମ କରିଥିବା କଥା ତାଇପେଇ ସେନା ଦେଖିଛି। ସେମାନେ ତାଇୱାନ୍‌ର ମୁଖ୍ୟ ଦ୍ବୀପ ଉପରେ ଆକ୍ରମଣ କରିବାର ଛଳନା କରୁଥିବା ପରି ମନେହେଉଛି।

ରେଡିଓ ୱାର୍ଣ୍ଣିଙ୍ଗ୍‌ ଜାରି କରି, ଆକାଶ ମାର୍ଗରେ ପାଟ୍ରୋଲିଙ୍ଗ୍‌ କରି, ନୌସେନା ଜାହାଜ ପଠାଇ ଏବଂ ସ୍ଥଳଭାଗରେ ମିସାଇଲ୍‌ ସିଷ୍ଟମ୍‌ ମୁତୟନ କରି ତାଇୱାନ୍‌ ସେନା ଏହାର ମୁକାବିଲା କରିଥିବା କଥା ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ଚଳିତ ସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନ୍‌ସି ପିଲୋସିଙ୍କ ତାଇୱାନ୍‌ ଗସ୍ତ କାରଣରୁ ଚୀନ୍‌ ଖୁବ୍‌ ରାଗିଯାଇ ତାଇୱାନ୍‌ ଦ୍ବୀପ ଚତୁଃପାର୍ଶ୍ବରେ ସମରାଭ୍ୟାସ ଆରମ୍ଭ କରିଛି। ୨୩ ନିୟୁତ ଜନତା ବାସ କରୁଥିବା ତାଇୱାନ୍‌ ଦ୍ବୀପକୁ ଚୀନ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହ ‘ତାଇୱାନ୍‌ ଷ୍ଟ୍ରେଟ୍‌’ର ମଧ୍ୟବର୍ତ୍ତୀ ରେଖା ସେପାରିକୁ ଯୁଦ୍ଧପୋତ ଓ ଆମେରିକା ଚିହ୍ନିତ ଆକାଶ ସୀମା ଆରପଟକୁ ଲଢୁଆ ବିମାନ ମଧ୍ୟ ପଠାଇଛି।

Also Read  ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ନବ ବିବାହିତ ଡାକ୍ତରଙ୍କ ମୃତଦେହ ଉଦ୍ଧାର