ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଟେକାମାଡ଼କୁ ନେଇ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହିଂସା, ୭ ଆହତ

0
321
class between two community in-delhis-jahangirpur-area-during-hanuman-jayanti-procession

ନୂଆଦିଲ୍ଲୀ: ଶନିବାର ଦିନ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ଚାଲିଥିବାବେଳେ ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ପୋଲିସ କର୍ମଚାରୀଙ୍କ ସହ ୭ ଜଣ ଆହତ ହୋଇଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ଟେକାମାଡ଼କୁ ନେଇ ହିଂସାର ସୂତ୍ରପାତ ହୋଇଥିଲା ବୋଲି ପୋଲିସ କହିଛି ।

ଶନିବାର ସନ୍ଧ୍ୟା ୬ଟାରେ ଘଟିଥିବା ହିଂସା ସମୟରେ ଟେକାମାଡ଼ ସହ ଦୃର୍ବୁତ୍ତମାନେ କିଛି ଗାଡିରେ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି। ଜାହାଙ୍ଗୀରପୁରୀ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।

ଦିଲ୍ଲୀ ପୋଲିସ୍ ଲୋକସମ୍ପର୍କ ଅଧିକାରୀ (ପିଆନୋ) ଅନିଷ ରୟ କହିଛନ୍ତି ଯେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । “ଏହି ଶୋଭାଯାତ୍ରା କୁଶଲ ସିନେମା ନିକଟରେ ପହଞ୍ଚିବା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା। ଢେଲାମାଡ ବି ହୋଇଥିଲା। ”

ସେ କହିଛନ୍ତି, “ଏହି ଶୋଭାଯାତ୍ରାରେ ନିୟୋଜିତ ପୋଲିସ କର୍ମଚାରୀ ଏଥିରେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ କିନ୍ତୁ ଟେକାମାଡ଼ କାରଣରୁ କିଛି ପୋଲିସ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।” ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି। ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଅତିରିକ୍ତ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଜଣେ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ହିଂସାକାଣ୍ଡରେ ପ୍ରାୟ ୬ ପୋଲିସ କର୍ମଚାରୀଙ୍କ ସହ ଦୁଇ ଜଣ ଲୋକ ଆହତ ହୋଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।

ଦଙ୍ଗାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନା ଚେତାବନୀ ଦେଇଛନ୍ତି ଏବଂ ସୋସିଆଲ ମିଡିଆରେ ଗୁଜବ ତଥା ମିଥ୍ୟା ଖବର ପ୍ରତି ଧ୍ୟାନ ନଦେବାକୁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଗୃହ ମନ୍ତ୍ରାଳୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜାହାଙ୍ଗୀରପୁରୀ ହିଂସା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି ।

Also Read  Total foodgrains production in the country is estimated at record 271.98 MT