ନୂତନ ‘ଆନ୍ତଃରାଜ୍ୟ ପରିଷଦ’ର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

0
285
Odisha CM To Lay Foundation Stone For The Expansion Of Odisha Bhawan, Mumbai
Odisha CM To Lay Foundation Stone For The Expansion Of Odisha Bhawan, Mumbai

ଭୁବନେଶ୍ୱର: ଆନ୍ତଃ ରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ନା କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି କମିଟିରେ ସାମିଲ କରାଯାଇଛି ।

କମିଟିରେ ଏହାର ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ 13 ଜଣ ସଦସ୍ୟ ଅଛନ୍ତି। ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ ଜାରି କରାଯାଇଥିବା ଗେଜେଟ୍ ବିଜ୍ଞପ୍ତିରେ ଏହି ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛି। ଆନ୍ତଃରାଜ୍ୟ ପରିଷଦ ସଚିବାଳୟର ବିଜ୍ଞପ୍ତି ଅଗଷ୍ଟ ୯, ୨୦୧୯ ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଆଯାଇଛି।

ଏହି କମିଟିରେ ଶାହାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଅନ୍ୟ ଚାରିଜଣ ମନ୍ତ୍ରୀ ଏବଂ ଆଠ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।
କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଲ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଏହି କମିଟିର ସଦସ୍ୟ ଅଛନ୍ତି।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମିଟିର ଅନ୍ୟ ସଦସ୍ୟ ଅଛନ୍ତି।

Also Read  ଅଣ୍ଟା ଦରଜରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ...