ବନ୍ଦ ହେଲା ବିବାଦୀୟ ସେଲିବ୍ରିଟି ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌

0
509

ବଲିଉଡ୍‌ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଶୋ’ କଫି ଓ୍ଵିଥ୍‌ କରନ୍‌ର ଫ୍ୟାନ୍‌ଙ୍କ ପାଇଁ ଦୁଃଖଦ ଖବର। ଆଉ ଟିଭିରେ ପ୍ରସାରିତ ହେବନି ଏହି ସେଲିବ୍ରିଟି ଚାଟ୍‌ ଶୋ’। ଏହି ଶୋ’ ଏବେ ବନ୍ଦ ହୋଇଛି। ସବୁ ବେଳେ ବଲିଉଡ୍‌ ଠାରୁ ଆରମ୍ଭ କରି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ସେଲିବ୍ରିଟି ଏହି ଶୋ’କୁ ଆସି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କହିଥାନ୍ତି। କିନ୍ତୁ ଆଉ ଦର୍ଶକଙ୍କୁ ଏହି ଶୋ’ ଦେଖିବା ସୁଯୋଗ ମିଳିବ ନାହିଁ। ଆଉ କେବେ ବି ସେଲିବ୍ରିଟିମାନେ କରନ୍‌ଙ୍କ ସହ କାଉଚ୍‌ରେ ବସି କଫି ପିଇପାରିବେନି ବୋଲି ଜଣାଯାଇଛି। କଫି ଓ୍ଵିଥ୍‌ କରନ୍‌ ଏବେ ବନ୍ଦ ହୋଇଛି।

ଏ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି କରନ୍‌ ଜୋହର ସୂଚନା ଦେଇଛନ୍ତି। କରନ୍‌ ଜୋହର ଲେଖିଛନ୍ତି- କଫି ଓ୍ଵିଥ୍‌ କରନ୍‌ର ୬ଟି ସିଜନ୍‌ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଓ ଆପଣଙ୍କର ବି। ମୁଁ ଆଶା କରୁଛି ଯେ ମୋ କାମ ଦ୍ୱାରା ପପ୍‌ ଇଣ୍ଡଷ୍ଟ୍ରୀରେ ଏକ ଭିନ୍ନ ଛାପ ଛାଡ଼ିଥିବି। ଏଭଳି ସ୍ଥିତିରେ ମନ ଦୁଃଖରେ ମୁଁ କହିବାକୁ ଚାହୁଁଛି ଯେ ଆଉ କଫି ଓ୍ଵିଥ୍‌ କରନ୍‌ ଫେରିବ ନାହିଁ।

ସୂଚନାଯୋଗ୍ୟ ଯେ ଗତ ସିଜନରେ ନିର୍ଦ୍ଦେଶକ କରନ୍‌ ଜୋହରଙ୍କର ଏହି ଶୋ’ ଟ୍ରୋଲର୍ସଙ୍କ ଟାର୍ଗେଟ୍‌କୁ ଆସିଥିଲା। ଏହି କାରଣରୁ ଶୋ’କୁ କିଛି ଦିନ ପାଇଁ ଅଫ୍‌ ଏୟାର କରାଯାଇଥିଲା। ଏମିତିରେ ତ ଏହି ଶୋ’ ପ୍ରାୟତଃ ବିବାଦ ଘେରରେ ରହିଥାଏ। କାରଣ ଯେବେ ବି ଶୋ’କୁ କେହି ନା କେହି ସେଲିବ୍ରିଟି ଆସିଥାନ୍ତି ସେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି।

Also Read  Virat Kohli needs to go on a holiday: K.L. Rahul