ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସର କିଛି ଏପରି ଜବାବ ରଖିଲେ ସୁର ରାଉତରାୟ….

0
2965

ଭୁବନେଶ୍ବର: ସରୁ ନାହିଁ କଂଗ୍ରେସ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନୋଟିସର ଜବାବ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛନ୍ତି । ଲିଖିତ ଉତ୍ତର ରଖିବା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଆକ୍ସନ ନିଅନ୍ତୁ, ଫରକ ପଡିବନି ।

ନୋଟିସର ଉତ୍ତର ଦେଇଛି, ଯାହା ପଦକ୍ଷେପ ନେଲେ କିଛି ପରଓ୍ୱା ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦିନକୁ ୧୮ ଘଣ୍ଟା କଂଗ୍ରେସ ଦଳ ପାଇଁ ପରିଶ୍ରମ କରୁଛି । ତେଣୁ ଏ ନୋଟିସକୁ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେହିପରି କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ ।

କଂଗ୍ରେସ ଦଳର ସଭାପତି କିଏ ହେବ ସେ ନେଇ ଗଣମାଧ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସୁରେଶ ରାଉତରାୟ । ଏ ଖବର କଂଗ୍ରେସ ଦଳ ପାଇଁ କ୍ଷତିକାରକ। ଏଥିପାଇଁ ଦଳ ସମାଲୋଚିତ ହେବା ସହ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ, ସେ ସମ୍ପର୍କରେ ଉତ୍ତର ମାଗିଥିଲେ ପିସିସି ସଭାପତି ।

Also Read  ପୁଣି ରିମାଣ୍ଡରେ ଯିବେ ନକଲି ଠକ ଡାକ୍ତର ଓ ତାଙ୍କ ଅସଲି ପତ୍ନୀ : ରମେଶ ସ୍ୱାଇଁ ଓ ପତ୍ନୀ

LEAVE A REPLY

Please enter your comment!
Please enter your name here