ପ୍ରେମିକାଙ୍କୁ ମାସିକ ୮୦ ଲକ୍ଷ ଟଙ୍କା ଦରମା ଦେଉଛନ୍ତି ଏହି ପ୍ରସିଦ୍ଧ ଫୁଟବଲ ଖେଳାଳି…

0
242
cristiano ronaldo gives-80-lakh-rupees-per-month-to-girlfriend

ନୂଆଦିଲ୍ଲୀ: ବିଶ୍ବର ମହାନ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ, କିଏ ବା ନ ଜଣେ ତାଙ୍କୁ । ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ତାଲିକାରେ ରୋନାଲ୍ଡୋ ସବୁଠାରୁ ଆଗରେ ରୁହନ୍ତି । କେବଳ ଖେଳ ନୁହେଁ ବରଂ ବାସ୍ତବ ଜୀବନକୁ ନେଇ ମଧ୍ୟ ସେ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି । ଏବେ କିନ୍ତୁ ଖେଳ ପାଇଁ ନୁହେଁ ବରଂ ଗର୍ଲଫ୍ରେଣ୍ଡ୍‌ ଜର୍ଜିଆ ରୋଡ୍ରିଗେଜଙ୍କୁ ନେଇ ଖବରର ହେଡଲାଇନ୍‌ ପାଲଟିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ ରୋନାଲ୍ଡୋ ନିଜର ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗୋଜେଙ୍କୁ ମାସିକ ଖର୍ଚ୍ଚ ବାବଦରେ ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥାନ୍ତି । ଏହାକୁ ଏକ ବ୍ରିଟିଶ ଗଣମାଧ୍ୟମ ଦରମା ବୋଲି କହିଛି ।

ସୂଚନା ଅନୁସାରେ, ଜର୍ଜିଆ ରୋଡ୍ରିଗେଜଙ୍କୁ ପ୍ରତି ମାସରେ ୮୩ ହଜାର ପାଉଣ୍ଡ୍‌ ବା ୮୨ ଲକ୍ଷରୁ ଅଧିକ ଟଙ୍କା ପିଲାଙ୍କ ଦେଖାଶୁଣା ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଦିଆଯାଉଛି । ଏହା ପୂର୍ବରୁ ରୋନାଲ୍ଡୋ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କୁ ଦେଢ଼ କୋଟିର ଏକ କାର୍‌ ଉପହାର ଦେଇଥିଲେ । ଉଭୟ ରୋନାଲ୍ଡୋ ଓ ଜର୍ଜିନା ରୋଡ୍ରିଗୋଜେଙ୍କୁ ବିଳାଶପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି । ଯାହାର ପ୍ରମାଣ ଉଭୟଙ୍କ ସୋସିଆଲ ମିଡିଆରୁ ଜଣାପଡେ । ଜର୍ଜିନା ଓ ରୋନାଲ୍ଡୋ ୨୦୧୭ ମସିହାରୁ ଏକାସାଥିରେ ରହୁଛନ୍ତି । ତାଙ୍କର ୪ଟି ସନ୍ତାନ ମଧ୍ୟ ରହିଛନ୍ତି ।

Also Read  ସତ୍ୟଭାମାପୁରରେ 'ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର'କୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here